ମହାରାଷ୍ଟ୍ରର ସେନା ଗୋଳାବାରୁଦ ଡିପୋରେ ବିସ୍ଫୋରଣ, ୬ ମୃତ୍ୟୁ ୧୮ ଆହତ

ମହାରାଷ୍ଟ୍ର(କେନ୍ଯୁଜ୍) : ମହାରାଷ୍ଟ୍ରର ସେନା ଗୋଳାବାରୁଦ ଡିପୋରେ ବିସ୍ଫୋରଣ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କୁ ମେଡିକାଲ ନେବା ପାଇଁ ହେଲିକପ୍ଟରର ସାହାଯ୍ୟ ନିଆଯାଇଛି । ସେନାର ଏହି ଡିପୋ ମହାରାଷ୍ଟ୍ରର ଓ୍ଵାର୍ଦ୍ଧା ଅଞ୍ଚଳର ଅମ୍ବାଜୀ ଗାଁରେ ରହିଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୂରା ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କାହାରିକୁ ଭିତରକୁ ଯିବାକୁ ଦିଆଯାଉନାହିଁ । ଆଖପାଖ ଗାଁକୁ ଖାଲି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.