ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ: ଆସନ୍ତାକାଲି ଜୁଜୁମୁରା ଠାରେ ବିଶାଳ ‘କାର୍ଯ୍ୟକର୍ତ୍ତା ସମାବେଶ’ରେ ଯୋଗଦେବେ

ଭୁବନେଶ୍ୱର(କେନ୍ୟୁଜ୍)  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତାକାଲି ସମ୍ବଲପୁରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବସନ୍ତପୁର ସ୍ଥିତ ଆଇଆଇଏମ, ସମ୍ବଲପୁରର ନୂତନ କ୍ୟାମ୍ପସ ପରିଦର୍ଶନ କରିବା ସହ ଚିପିଲିମା ସ୍ଥିତ ଗୋଶାଳା ସୈନିକ ସ୍କୁଲ ପରିଦର୍ଶନ କରିବେ ।

dharmendra.jpg 1

ସମ୍ବଲପୁର ରେଢ଼ାଖୋଲ ଜୁଜୁମୁରା ଠାରେ ‘କାର୍ଯ୍ୟକର୍ତ୍ତା ସମାବେଶ’ରେ ଯୋଗଦେବା ପରେ ଅପରାହ୍ନରେ ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବେ ଓ ଆୟୋଜିତ ଶୀତଳ ଷଷ୍ଠୀ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବେ ।

Leave A Reply

Your email address will not be published.