ଆଜି ଗଜପତି ଓ ଗଞ୍ଜାମ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗଜପତି(କେନ୍ଯୁଜ୍) : ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଜପତି ଓ ଗଞ୍ଜାମ ଗସ୍ତ । ତିତ୍‌ଲି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିବେ । ସକାଳ ୮ଟା ୪୫ ମିନିଟରେ ପ୍ରଥମେ ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଙ୍ଗାବାଡ଼ ପଞ୍ଚାୟତ ଯାଇ ବିପନ୍ନଙ୍କୁ ଭେଟିବେ । ପରେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ସେଠାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନ ୧୨ଟା ପରେ ଗଂଜାମ ଜିଲ୍ଲାର ଆସିକା ମଙ୍ଗଳପୁର ଗାଁ ଯାଇ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ଯକ୍ରମ ରହିଛି ।

Leave A Reply

Your email address will not be published.