ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଲଜ୍ଜା ମାମଲା, ଘର ମାଲିକଙ୍କୁ ଅଟକ ରଖିଛି ପୋଲିସ

ଗୋପ(କେନ୍ଯୁଜ୍) : ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଅଟକ । ତାଙ୍କୁ କୋଣାର୍କ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ କେଉଁଠି? ସେନେଇ ଖୋଜୁଛି ପୋଲିସ।
ସେପଟେ ପିଡୀତାଙ୍କୁ ଭେଟିଲା ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା। ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଏକ ଟିମ୍‌ ପିଡୀତାଙ୍କୁ ଭେଟିଛି। ନିଛାଟିଆ ଅଞ୍ଚଳରେ ଥିବା ଏକ ଭଡାଘରେ ୧୦ଦିନ ଧରି ଗଣଦୁଷ୍କର୍ମ ଶିକାର ହୋଇଛନ୍ତି ଯୁବତୀ ଜଣଙ୍କ । ୧୦ରୁ ୧୫ଜଣ ଯୁବକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ଘର ଭିତରୁ ୧୦ରୁ ଅଧିକ ମଦ୍ୟପ ଯୁବକକୁ ଅଟକ ରଖିଛି ପୋଲିସ । ଘରୁ ମଦ ବୋତଲ ଓ କିଛି ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ପୀଡ଼ିତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.