ଭିନ୍ନ ଏ ନିୟମ : ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କୁ ଜରିମାନା ନୁହଁ ମିଳୁଛି ତାଲିମ୍

ସମ୍ବଲପୁର (କେନ୍ୟୁଜ୍) :ଦଣ୍ଡ ବଦଳରେ ଦିଆଯାଉଛି ତାଲିମ୍। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ କରାନଯାଇ ସେମାନଙ୍କୁ ଟ୍ରାଫିକ୍ ପାର୍କକୁ ନିଆଯାଉଛି। ସେଠାରେ ସେମାନଙ୍କୁ ତାଲିମ୍ ଦିଆଯିବା ପରେ ଛାଡି ଦିଆଯାଉଛି। ଓଡ଼ିଶାରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି।

traffice

ତଥାପି ଲୋକମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି। ଏନେଇ ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ସମ୍ବଲପୁର ପୋଲିସ ନୂଆ ନିୟମ ଆଣିଛି। ଲୋକମାନ ମଧ୍ୟ ସେମାନଙ୍କ ଭୁଲ୍ ବୁଝି ତାଲିମ ନେଉଛନ୍ତି।

Leave A Reply

Your email address will not be published.