ମହିଳା ଟି-୨୦ : ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୨୩ ରନ୍‌ରେ ପରାସ୍ତ

େଓ୍ଵଲିଂଟନ୍‌ : ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଘରୋଇ ନ୍ୟୁଜିଲାଣ୍ଡ ଠାରୁ ୨୩ ରନ୍‌ରେ ହାରି ଯାଇଛି ।
ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ମହିଳା ଦଳ । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୫୯ ରନ୍‌ ସଂଗ୍ରହ କରିଛି । ଦଳ ପରୁ ଓପ୍ନର ସୋଫି ଡିଭାଇନ୍‌ ୬୨, ସାଟର୍ଥେଓ୍ଵଟ୍‌ ୩୩ ଏବଂ କେଟି ମାର୍ଟିନ୍‌ ଅପରାଜିତ ୨୭ ରନ୍‌ କରିଥିଲେ । ପରେ ୧୯.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ଭାରତ ୧୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ସ୍ମୃତି ମନ୍ଧାନା ୫୮ ଓ ଜେମିମା ରଡ୍ରିଗୁଏଜ୍‌ ୩୯ ରନ୍‌ କରିଥିବା ବେଳେ ଅନ୍ୟ ସମସ୍ତେ ଫ୍ଲପ୍‌ ମାରିଥିଲେ ।

SMRITI-1

ସ୍ମୃତି ମନ୍ଧାନା  ମାତ୍ର ୨୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଏହା କରିବାରେ ଭାରତ ପକ୍ଷରୁ ଦ୍ରୁତତମ ବ୍ୟାଟ୍‌ସଓମ୍ୟାନ୍‌ ହୋଇଛନ୍ତି ।

 

Leave A Reply

Your email address will not be published.