Below header

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଯମୁନା ନାୟକ

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ହେଲେ ଯମୁନା ନାୟକ । କେହି ପ୍ରତିଦ୍ବନ୍ଦୀ ନଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ବମକେଇ ସମିତିସଭ୍ୟା ଭାବେ କାର୍ଯ୍ୟରତ । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଥିବା ବିଜେଡି ସମର୍ଥିତ ସୁନିତା ସେଠୀଙ୍କ ପରଲୋକ ପରେ ଉପ ନିର୍ବାଚନ ହୋଇଥିଲା।

ବ୍ରହ୍ମପୁର (କେନ୍ୟୁଜ): ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ହେଲେ ଯମୁନା ନାୟକ । କେହି ପ୍ରତିଦ୍ବନ୍ଦୀ ନଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ବମକେଇ ସମିତିସଭ୍ୟା ଭାବେ କାର୍ଯ୍ୟରତ । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଥିବା ବିଜେଡି ସମର୍ଥିତ ସୁନିତା ସେଠୀଙ୍କ ପରଲୋକ ପରେ ଉପ ନିର୍ବାଚନ ହୋଇଥିଲା।

ପୂର୍ବରୁ ଅଗଷ୍ଟ ୩୧ ତାରିଖରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । କିନ୍ତୁ ଆଇନଶୃଙ୍ଖଳା ପାଇଁ ଶେଷ ମୁହୂର୍ତ୍ତରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନକୁ ବନ୍ଦ କରାଯାଇଥିଲା । ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ କମିଶନ ଅକ୍ଟୋବର ୪ ତାରିଖରେ ଉପନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.