ଦିଗପହଣ୍ଡି ଏନଏସି ହେଲା ବସ୍ତି ମୁକ୍ତ, ଘୋଷଣା କଲେ ରାଜ୍ୟ ସରକାର

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନଏସିକୁ ବସ୍ତି ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର। ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଦିଗପହଣ୍ଡି ଏନଏସିର ଏଗାରଟି ୱାର୍ଡରୁ ଦୁଇ ନମ୍ବର ୱାର୍ଡର ରହୁଥିବା ଆଦିବାସୀ ଓ ହରିଜନଙ୍କ ପରିବାରଙ୍କୁ ବସ୍ତି ମୁକ୍ତ ଅଭିଯାନରେ ସାମିଲ କରାଯାଇଛି।

ସେମାନଙ୍କୁ ଘରପଟ୍ଟା ଦିଆଯିବା ସହ ଦୀର୍ଘ ଦିନରୁ ଥିବା ଚାଳଛପର ଘରକୁ ଭଙ୍ଗାଯାଇ ରାଜ୍ୟ ସରକାରଙ୍କ ଯୋଜନାରେ ସେମାନଙ୍କୁ ଗୃହ ଯୋଗାଇ ଦିଆଯାଇଛି। ଏହା ସହ ରାସ୍ତା, ଆଲୋକ ଓ ପାଣି ଯୋଗାଇ ଦିଆଯାଇଛି। ଏଥିପାଇଁ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟ ପୌର ସଂସ୍ଥା ଗୁଡିକକୁ ବସ୍ତି ମୁକ୍ତ କରାଯିବ ବୋଲି ସହରାଞ୍ଚଳ ପ୍ରକଳ୍ପ ନିର୍ଦେଶକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.