Below header

ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ! ଏହି ଭାଇରାଲ ଭିଡିଓକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା

ପୁରୀ (କେନ୍ୟୁଜ୍‌): ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଏକ ଦୃଶ୍ୟ । ଏ ଦୃଶ୍ୟ ହେଉଛି ପୁରୀ ଲାଇଟ ହାଉସ ସମୁଦ୍ର କୂଳ ଅଞ୍ଚଳର । ଆପଣମାନେ ଦେଖି ପାରୁଥିବେ କିଛି ଲୋକ ସମୁଦ୍ର କୂଳରେ ବସି ଖାଉଛନ୍ତି । ଆଉ ଯଦି ଟିକେ ଭଲ କରି ଦେଖିବେ ତେବେ ସିଟିଙ୍ଗ ୱାଲ ଉପରେ ଚପଲ ପିନ୍ଧି ବସି କିଛି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବା ଦେଖାଯିବ । ତେବେ ଏହି ଦୃଶ୍ୟ ଭାଇରାଲ ହେବା ପରେ ପୁରୀରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି ।

କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଜଡିତ ଶ୍ରୀଜିଉଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ବୋଲି ମନେ କରାଯାଏ । ତେଣୁ ଏହାକୁ ବଭିନ୍ନ ମହଲରେ ଭୀଷଣ ନିନ୍ଦା କରାଯାଉଛି । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଅତ୍ୟନ୍ତ ପବିତ୍ର ଏବଂ ଏହାକୁ ଅତ୍ୟନ୍ତ ଭକ୍ତି ଭାବନା ସହ ଭକ୍ତ ସେବନ କରିଥାନ୍ତି । ଏହାକୁ ଚପଲ ପିନ୍ଧି ଖାଇବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏମିତିକି ଏହି ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି। ତେବେ ଏହି ବ୍ୟକ୍ତିମାନେ କିଏ ଏବଂ ସେମାନେ ରାଜ୍ୟ ଭିତର କି ବାହାରର ଲୋକ ତାହା ଜଣା ପଡ଼ି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.