Below header

ପ୍ରବଳ ବର୍ଷା ଯୋଗୁ ଦାର୍ଜିଲିଂର ଅଧିକାଂଶ ସ୍ଥାନରେ ଭୂସ୍ଖଳନ, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଉତ୍ତରାଖଣ୍ଡ ହେଉ କି ହିମାଚଳ, ସବୁ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ପାହାଡ଼ିଆ ଲୋକଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ଉତ୍ତର ବଙ୍ଗର କଲିମ୍‌ପୋଙ୍ଗ୍‌, ଦାର୍ଜିଲିଂ ଓ ସିକ୍କିମ୍‌ର କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁ ଯାତ୍ରୀମାନେ ଯେଉଁଠି ଥିଲେ ସେଠାରେ ହିଁ ଫସି ରହିଛନ୍ତି। ଖବର ମୁତାବକ, କଲିମ୍‌ପୋଙ୍ଗ୍‌ରେ ପ୍ରବଳ ବର୍ଷା ଯୋଗୁ ଲାବା ନିକଟସ୍ଥ ରାସ୍ତାର ଏକ ଅଂଶ ଭାସି ଯାଇଛି। ଏଥିସହ ଜାତୀୟ ରାଜପଥ ୧୦ରେ ଲାବା ରୋଡ୍‌ର କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁ ଗମନାଗମନ ବି ଠପ୍‌ ହୋଇଯାଇଛି।

ଅଧିକାରୀଙ୍କ ସୂଚନା ମୁତାବକ, ଏହି ପାହାଡ଼ିଆ ଅଞ୍ଚଳରେ ବର୍ଷା ଓ ଭୂସ୍ଖଳନ ଯୋଗୁ ମଙ୍ଗଳବାର ରାତିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବୁଧବାର ସକାଳେ କୌଣସି ଅଘଟଣ ହୋଇଥିବା ନେଇ ସୂଚନା ମିଳିନାହିଁ। ଭୂସ୍ଖଳନ ଯୋଗୁ ଜାତୀୟ ରାଜପଥ ୧୦ର କେତେକ ସ୍ଥାନରେ ଗମନାଗମନ ବନ୍ଦ ରହିଛି। ଦାର୍ଜିଲିଂ-ସୁଖିୟା ରୋଡ୍‌ ମଧ୍ୟ ଭୂସ୍ଖଳନ ଯୋଗୁ ବନ୍ଦ ହୋଇଛି।

land slide

ପାଣିପାଗ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ଦାର୍ଜିଲିଂରେ ୨୩୩ ମିଲିମିଟର ଓ କଲିମ୍‌ପୋଙ୍ଗ୍‌ରେ ୧୯୯ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଅନ୍ୟପଟେ ଜଲପାଇଗୁଡ଼ି ଓ ସିଲିଗୁଡ଼ିରେ ମଧ୍ୟ ୧୫୧ ଓ ୧୯୫ ମିଲିମିଟର ବର୍ଷା ହୋଇଛି। ତେବେ ଦକ୍ଷିଣ ବଙ୍ଗରେ ବର୍ଷାର ପରିମାଣ ଧୀରେ ଧୀରେ କମୁଥିବା ନଜର ଆସିଛି। ସୋମବାର ଦିନ କନିଂ, ହଳଦିଆ ଓ ଦୀଘା ପ୍ରମୁଖ ସମୁଦ୍ର କୂଳିଆ ଅଞ୍ଚଳରେ ୧୦୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହି ପରିମାଣ ଗତ ୨୪ ଘଣ୍ଟାରେ କମି ୨୫ ମିଲିମିଟରରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ କେବଳ ୬.୩ ମିମି ବର୍ଷା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.