ଟିଟିଲାଡ଼ଗକୁ ଜିଲ୍ଲା ମାନ୍ୟତା ଦାବିରେ ରାସ୍ତାରୋକ

ଟିଟିଲାଗଡ଼ (କେ ନ୍ୟୁଜ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଡ଼ଗକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜୋର ଧରିଛି ଆନ୍ଦୋଳନ । ନୂତନ ଜିଲ୍ଲା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ଵାନ କ୍ରମେ ଆଜି ରାସ୍ତାରୋକ କରାଯାଇଛି ।

TITILAGAD_3

ଜିଲ୍ଳା ଦାବି ନେଇ ଦୀର୍ଘ ୨୭ ଦିନ ହେଲା ଟିଟିଲାଗଡ଼ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ଏହି ଆନ୍ଦୋଳନ ତୀବ୍ରତର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ପରେ ରାସ୍ତାରୋକ କରାଯାଇଛି । ଫଳରେ ଖଡ଼ିଆଳ-ଭବାନୀ ପଟଣା ୧୬ ନଂ ରାଜ୍ୟରଜପଥ ର ଚାନ୍ଦୋତରା ନିକଟରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଛିଡା ହୋଇଛି ।

TITILAGAD_2

ଆଇନଶୃଙ୍ଖଳାକୁ ନଜରରେ ରଖି ଆନ୍ଦୋଳନ ସ୍ଥଳରେ ପୋଲିସ ନିୟୋଜିତ ଅଛନ୍ତି । ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.