Below header

ଚାନ୍ଦବାଲି : ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ମାଡ଼ ଘଟଣା

ଚାନ୍ଦବାଲି (କେନ୍ୟୁଜ୍) : ଡାକ୍ତର ଓ ସହକର୍ମୀଙ୍କୁ ମାଡ଼ ଅଭିଯୋଗ। ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟରତ ଡାକ୍ତର ଓ ଆଟେଣ୍ଡାଣ୍ଟକୁ ମାଡ଼ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଘର ଚାନ୍ଦବାଲି ପାହାଡ଼ପୁର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ଗତକାଲି ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟରତ ଡାକ୍ତର ବିଷ୍ଣୁ ସାହୁ ଏବଂ ଆଟେଣ୍ଡାଣ୍ଟ ଭରତ ଚନ୍ଦ୍ର ମୁଣ୍ଡାଙ୍କୁ ୩ଜଣ ଯୁବକ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ଏନେଇ ମେଡିକାଲ ଅଫିସର ଲିଖିତ ଅଭିଯୋଗ କରିବା ପରେ ଚାନ୍ଦବାଲି ପୋଲିସ ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.