ବରଗଡ଼ରେ ଅଭାବନୀୟ ଘଟଣା : ରୋଗୀ ମୃତ୍ୟୁ ପରେ ନିଜ ବେକ କାଟିଲେ ଡାକ୍ତର

ବରଗଡ଼ (କେନ୍ୟୁଜ୍) : ବରଗଡ଼ରେ ଅଭାବନୀୟ ଘଟଣା । ଭୁଲ ଇଞ୍ଜେକସନ୍ ଯୋଗୁ ଦାନ୍ତ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ନିଜ ବେକ କାଟି ଦେଲେ ଡାକ୍ତର । ଗୁରୁତର ଅବସ୍ଥାରେ ଡାକ୍ତର ସୁବୋଧ ସାହୁଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ହେଉଛନ୍ତି, ବରଗଡ଼ ବନବାସପାଲି ଗାଁର ସାହବ ସାହୁଙ୍କ ପତ୍ନୀ ଲବଙ୍ଗ ସାହୁ । ସେ ଡାକ୍ତର ସୁବୋଧ ସାହୁଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକ ମେଡିକାଲ ଯାଇଥିଲେ । ଏହି ସମୟରେ ଡାକ୍ତର ହଠାତ୍ ତାଙ୍କ ବେକକୁ କାଟି ଦେଇଥିଲେ । ପ୍ରଥମେ ତାଙ୍କୁ ମଡିକାଲରେ ପ୍ରାଥମିକ ଚିକିତ୍ସା କରାଇବା ପରେ ବୁର୍ଲା ପଠାଇ ଦିଆଯାଇଛି । ଏପଟେ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.