ପୁତୁରା ଗୋଡ଼କୁ ତୀର ମାରିଥିଲା ଦାଦା, ଅବସ୍ଥା ଗୁରୁତର ହେବାରୁ ଗୋଡ କାଟିଲେ ଡାକ୍ତର

ଯାଜପୁର ରୋଡ଼(କେ ନ୍ୟୁଜ): ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମରେ ପୁରୁଣା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଜୁନ ୨ ତାରିଖରେ ଝଗଡା ହୋଇଥିବା ବେଳେ ଏହି ଝଗଡରେ କୋଇଲ ଗ୍ରାମର ଲଷ୍ମୀଧର ପ୍ରଧାନ ରାଗ ସମ୍ଭାଳିନପାରି ତାଙ୍କ ପୁତୁରା ଶିଶିର ପ୍ରଧାନଙ୍କ ଗୋଡ଼ ଜଙ୍ଘକୁ ତିର ମାରିଦେଇଥିଲେ । ଶିଶିରଙ୍କୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରେଇବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ଡାକ୍ତର ବାଧ୍ୟ ହୋଇ ଶେଷରେ ଆଜି ସିସିରଙ୍କର ଗୋଡ଼ କାଟି ଦେଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଶିଶିର ଟ୍ରକ ଡ୍ରାଇଭର ଭାବେ ଗାଡି ଚଲେଇ ତାଙ୍କ ପରିବାରର ପୋଷୁଥିବା ବେଳେ ସେ ହେଉଛନ୍ତି ଘରର ଏକ ମାତ୍ର ରୋଜଗରିଆ ବ୍ୟକ୍ତି | ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଆସାମୀଙ୍କୁ ସୁକିନ୍ଦା ପୋଲିସ ତୁରନ୍ତ ଆରେଷ୍ଟ କରି ଦୃଢ଼ ଦଣ୍ଡ ଦେବା ଆବଶ୍ୟକ ବୋଲି ପରିବାର ପକ୍ଷରୁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.