ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡି ଯୁବକ ମୃତ

ଯାଜପୁର ଟାଉନ(କେ ନ୍ୟୁଜ): ଗାଧୋଇବାକୁ ଯାଇ ନାଳରେ ବୁଡି ଜଣେ ମୃତ । ଜଣେ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡି ପଂଚାୟତ ଦକ୍ଷିଣବନ୍ଧ ଗ୍ରାମରେ । ମୃତ ଯୁବକ ହେଲେ ଉକ୍ତଗ୍ରାମର ରାଜେନ୍ଦ୍ର ପଲାଇଙ୍କ ପୁଅ ଜ୍ୟୋତି ପ୍ରକାଶ ପଲାଇ । ଦକ୍ଷିଣବନ୍ଧ ଗ୍ରାମର ଦୁଇ ଯୁବକ ଜ୍ୟୋତି ଏବଂ ପ୍ରକାଶ ନିକଟସ୍ଥ ଜିନ୍ଦୁପୁର ଜୁହାରିଆ ନାଳକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ।

ଖବରପାଇ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ଦୁଇଜଣଙ୍କୁୁ ଉଦ୍ଦାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ସେଠାରେ ଡାକ୍ତର ଜ୍ୟୋତିର ଅବସ୍ଥା ଗୁରୁତର ଥିବାରୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଏବେ ସୁସ୍ଥଥିବା ଜଣାପଡିଛି । ମଙ୍ଗଳପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.