Below header

କେମିତି ହେଲା ମହାମୃତ୍ୟୁଞ୍ଜୟ ମନ୍ତ୍ରର ରଚନା, ଦୀର୍ଘାୟୂ ପ୍ରଦାନ କରୁଥିବା ଏହି ମନ୍ତ୍ରର ପୌରାଣିକ କଥା ଜାଣନ୍ତୁ

ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଦୀର୍ଘାୟୁ ଓ ସ୍ୱାସ୍ଥ୍ୟର ମନ୍ତ୍ର କୁହାଯାଏ । ମାନ୍ୟତା ରହିଛି ଏହି ମନ୍ତ୍ରର ଜପ ଦ୍ୱାରା ବ୍ୟକ୍ତିକୁ ଦୀର୍ଘ ଆୟୁ ପ୍ରାପ୍ତ ହୋଇଥାଏ । ଆସନ୍ତୁ ଜାଣିବା ଏହି ମହାମନ୍ତ୍ରର ଉତ୍ପତ୍ତି ହେଲା କେମିତି ।

ଧାର୍ମିକ ମାନ୍ୟତା ଅନୁଯାୟୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଦ୍ୱାରା ବ୍ୟକ୍ତି ଦୀର୍ଘାୟୂ ହୋଇଥାଏ । ଯମରାଜ ମଧ୍ୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ଗାୟନ କରୁଥିବା ବ୍ୟକ୍ତିକୁ ଯମ କଷ୍ଟ ଦେଇ ନଥାନ୍ତି । କେମିତି ହେଲା ମହାମୃତ୍ୟୁଞ୍ଜୟ ମନ୍ତ୍ରର ଉତ୍ପତ୍ତି ଏ କଥା ପ୍ରାୟ କ୍ୱଚିତ ଜାଣିଥିବେ ।

ପୌରାଣିକ କଥାନୁସାରେ ଶିବ ଭକ୍ତ ଋଷି ମୃକଣ୍ଡ ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କ କଠୋର ତପସ୍ୟା କଲେ । ତପସ୍ୟାରେ ପ୍ରଶନ୍ନ ହୋଇ ମହାଦେବ ଋଷି ମୃକଣ୍ଡଙ୍କୁ ଇଚ୍ଛାନୁସାରେ ସନ୍ତାନ ପାଇବା ପାଇଁ ବର ଦେଲେ । ହେଲେ ମହାଦେବ ଋଷିଙ୍କୁ କହିଲେ ଯେ ପୁତ୍ର କିନ୍ତୁ ଅଳ୍ପାୟୁ ହେବ । କିଛି ସମୟ ପରେ ଋଷି ପୁତ୍ର ପ୍ରାପ୍ତ କଲେ । ହେଲେ ପୁତ୍ରର ବୟସ ମାତ୍ର ୧୬ ବର୍ଷ ହେବ ଜାଣିବା ପରେ ଋଷି ମୃକୁଣ୍ଡ ବିଷାଦ ହୋଇଗଲେ ।

markendeya rishi
photo credit: jagurukta.com

ଏହା ଦେଖି ଯେତେବେଳେ ଋଷିଙ୍କ ପତ୍ନୀ ଦୁଃଖର କାରଣ ପଚାରିଲେ, ଋଷି ପତ୍ନୀଙ୍କ ଆଗରେ ସବୁ କଥା କହିଲେ । ପତ୍ନୀ କହିଲେ ଯଦି ଶିବଜୀଙ୍କ କୃପା ହୁଏ ତେବେ ଏହି ବିଧାନ ମଧ୍ୟ ବଦଳି ଯିବ । ଋଷି ନିଜ ପୁଅର ନାମ ମାର୍କେଣ୍ଡେୟ ରଖିଲେ ଓ ତାଙ୍କୁ ଶିବ ମନ୍ତ୍ର ଦେଲେ । ମାର୍କେଣ୍ଡେୟ ଶିବ ଭକ୍ତିରେ ଲୀନ ରହୁଥିଲେ । ଯେତେବେଳେ ମୃତ୍ୟୁ ସମୟ ନିକଟ ହେଲା ଋଷି ପୁତ୍ରକୁ ତା’ର ଅଳ୍ପାୟୁ କଥା କହିଲେ । ଏବଂ ଶିବଜୀ ଚାହିଁଲେ ଏହାକୁ ଖଣ୍ଡନ କରିଦେବେ ବୋଲି ମଧ୍ୟ କହିଲେ ।

ମାତା-ପିତାଙ୍କ ଦୁଃଖ ଦୂର କରିବା ପାଇଁ ମାର୍କେଣ୍ଡେୟ ଦୀର୍ଘ ଆୟୁ ପାଇଁ ଶିବଜୀଙ୍କ ଆରଧନା ଆରମ୍ଭ କରିଦେଲେ । ମାର୍କେଣ୍ଡେୟ ବରଦାନ ପାଇବା ପାଇଁ ଶିବଜୀଙ୍କ ଆରଧନା ପାଇଁ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ ରଚନା କଲେ । ଶିବ ମନ୍ଦିରରେ ବସି କରି ଏହି ମନ୍ତ୍ରର ଅଖଣ୍ଡ ପାଠ କଲେ ।

ମହାମୃତ୍ୟୁଞ୍ଜୟ ମନ୍ତ୍ର : ଓଁ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍‌ । ଉର୍ବାରୁକମିବ ବନ୍ଧନାନ୍‌ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍‌ ।

ମାର୍କେଣ୍ଡେୟଙ୍କ ସମୟ ସମାପ୍ତ ହେବାରୁ ଯମଦୂତ ତାଙ୍କ ପ୍ରାଣ ନେବା ପାଇଁ ଆସିଲେ । ହେଲେ ତାଙ୍କୁ ଶିବଙ୍କ ତପସ୍ୟାରେ ଲୀନ ହେବା ଦେଖି ଯମଦୂତ ଫେରିଗଲେ । ପରେ ମାର୍କେଣ୍ଡେୟଙ୍କ ପ୍ରାଣ ନେବା ପାଇଁ ଯମରାଜ ସ୍ୱୟଂ ଆସିଲେ । ଯମରାଜ ଯେତେବେଳେ ତାଙ୍କ ଫାଶ ମାର୍କେଣ୍ଡେୟଙ୍କ ଉପରକୁ ଫିଙ୍ଗିଲେ, ମାର୍କେଣ୍ଡେୟ ଶିବଜୀଙ୍କ ଲିଙ୍ଗ ଧରି ପଡି ରହିଲେ ।

ତେଣୁ ଯମ ଫାସ ଯାଇ ଶିବଜୀଙ୍କ ଉପରେ ପଡ଼ିଲା । ଯମରାଜଙ୍କ ଏପରି ବ୍ୟବହାରରେ ଶିବଜୀ କ୍ରୋଧିତ ହେଲେ । ଯମରାଜଙ୍କ କବଳରୁ ରକ୍ଷା କରିବା ପାଇଁ ଶିବଜୀ ପ୍ରକଟ ହେଲେ । ଏହି ସମୟରେ ଯମରାଜ ଶିବଜୀଙ୍କୁ ବିଧିର ନିୟମ ବୋଲି ସ୍ମରଣ କରାଇଲେ । ସେତେବେଳେ ଶିବଜୀ ମାର୍କେଣ୍ଡେୟଙ୍କୁ ବର ପ୍ରଦାନ କରି ବିଧିର ନିୟମ ପରିବର୍ତ୍ତନ କରିଦେଲେ । ଏମିତି ହେଲା ମହାମୃତ୍ୟୁଞ୍ଜୟ ମନ୍ତ୍ରର ଉତ୍ପ୍‍ତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.