ରାସ୍ତା କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ଫସିଥିଲେ ୫ ଶ୍ରମିକ, ଦୁଇ ଜଣଙ୍କର ଗଲା ଜୀବନ

ଗଂଜାମ(କେ ନ୍ୟୁଜ):  ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ରାସ୍ତା କାମ ଚାଲିଥିବା ବେଳେ ଘଟିଛି ଦୁର୍ଘଟଣା | ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୫ ଜଣ ଶ୍ରମିକ ଫସି ଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି ।

୫ ଜଣ ଶ୍ରମିକଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାଯାଇଛି  । ଅନ୍ୟ ତିନି ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା  । ଗୁରୁତର  ୩ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜେସିବି ମେସିନ୍ ସହାୟତାରେ ମାଟି ଖୋଳି ପୋତି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.