ବାରିପଦା: ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଡାକ୍ତର ଛାତ୍ରଙ୍କ ମୃତଦେହ ଉଦ୍ଧାର

ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କଲେଜ ପରିସରରେ ଥିବା ଅନ୍ୟ ଛାତ୍ର ମାନେ କବାଟ ଭାଙ୍ଗିଥିଲେ। କବାଟ ଭାଙ୍ଗିବା ପରେ ଡାକ୍ତର ଜଣକ ବେକରେ ରଶି ଲଗାଇଥିବାର ଦେଖିବାକୁ ମିଳିଥିଲା।

ମୟୁରଭଞ୍ଜ(କେନ୍ୟୁଜ୍): ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଡାକ୍ତର ଛାତ୍ରଙ୍କ ମୃତଦେହ ଉଦ୍ଧାର। କଲେଜ ପରିସର ରେ ଶୋକର ଛାୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡିକାଲ କଲେଜ ପରିସରରେ। ମୃତ ଡାକ୍ତର ଜଣକ ହେଉଛନ୍ତି କେଉଁଝର ଜିଲ୍ଲା ନିବାସୀ ସଚୀନ ସାହୁ। ଡା. ସଚୀନ ସାହୁ ଡାକ୍ତରୀ ପଢା ଶେଷ କରିବା ପରେ  ହାଉସ ସର୍ଜନ ଭାବରେ ପିଆରଏମ ମେଡ଼ିକାଲ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ମେଡିକାଲର ସର୍ଜରୀ ଓ୍ବାଡରେ ନିଜ କାର୍ଯ୍ୟ ଶେଷ କରି କଲେଜକୁ ଫେରି ହୋଷ୍ଟଲ ରୁମରେ ବିଶ୍ରାମ ନେଇଥିଲେ।

ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କଲେଜ ପରିସରରେ ଥିବା ଅନ୍ୟ ଛାତ୍ର ମାନେ କବାଟ ଭାଙ୍ଗିଥିଲେ। କବାଟ ଭାଙ୍ଗିବା ପରେ ଡାକ୍ତର ଜଣକ ବେକରେ ରଶି ଲଗାଇଥିବାର ଦେଖିବାକୁ ମିଳିଥିଲା। ସାଥି ଡାକ୍ତରୀ ଛାତ୍ର ଡାକ୍ତରଙ୍କୁ ଉଦ୍ଧାର କରି ପିଆରଏମ ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ଛାତ୍ରଙ୍କ କହିବା ଅନୁଯାୟୀ ସଚିନ ଅତି ଶାନ୍ତ ସରଳ ପ୍ରକୃତିର ଯୁବକ ଥିଲେ। ତାଙ୍କ ମୃତ୍ୟୁରେ ହସ୍ପିଟାଲ ପରିସରରେ ଶୋକର ଛାୟା ଖେଳିଯାଇଛି। ବାରିପଦା ସଦର ଥାନା ପୋଲିସ ମେଡିକାଲ କଲେଜ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ସାଥି ଡାକ୍ତର କିମ୍ବା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.