ରାଉରକେଲା ଆଇଜିଏଚ୍‌ରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ରାଉରକେଲା ଆଇଜିଏଚ୍‌ରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଛେଣ୍ଡ କଲୋନୀର କ୍ୟାନସର ପୀଡ଼ିତ ମୋନାଲିସା ଦାସ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ଆଇଜିଏଚ୍‌ କର୍ତ୍ତୃପକ୍ଷ ଚାଲିବାକୁ ଅସମର୍ଥ ଥିବା ପୀଡ଼ିତାଙ୍କୁ ହ୍ଵିଇଲ୍‌ ଚେୟାରଟିଏ ବି ଦେଇନଥିଲେ । ଏହାସହ ଚିକିତ୍ସା ବେଳେ ତାଙ୍କ ସ୍ନାୟୁ ଖୋଜିବାରେ ବିଫଳ ହୋଇ ୮ ଥର ଇଞ୍ଜେକସନ୍‌ ଦେଇଥିଲେ । ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ କହିବାରୁ ତାଙ୍କୁ ଡାକ୍ତର ଓ ନର୍ସ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଏହି ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.