ଢେଙ୍କାନାଳ: ଆବାସ ଯୋଜନାରେ ହିତାଧିକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ

ଢେଙ୍କାନାଳ: ଆବାସ ଯୋଜନାରେ ହିତାଧିକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଗଁଦିଆ ବ୍ଳକ ପିଙ୍ଗୁଆ ପଞ୍ଚାୟତରୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା । ଘର ନିର୍ମାଣ ଶେଷ ହେବା ପରେ ଜବକାର୍ଡ ହିତାଧିକାରୀଙ୍କୁ ପ୍ରାୟ ୧୬ହଜାର ଟଙ୍କା ଶ୍ରମ ପାଇଁ ପ୍ରଦାନ କରିବା ନିୟମ ରହିଛି । ହେଲେ ସେହି ଅର୍ଥକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।

ଶହେ ଜଣ ହିତାଧିକାରୀଙ୍କୁ ୩ଟି କିସ୍ତିରେ ଟଙ୍କା ପ୍ରଦାନ କରାଯିବା କଥା । ହେଲେ ଗ୍ରାମ ରୋଜଗାର ସେବକ ହିତାଧିକାରୀଙ୍କ ଅଜାଣତରେ ଅନ୍ୟ ନାଁରେ ମଷ୍ଟର ରୋଲ ବାହାର କରି ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଉଛନ୍ତି । ଅନ୍ୟପଟେ ସ୍ଥାନୀୟ ଆଇସିଆଇସିଆଇ ବ୍ୟାଙ୍କର ଏଜେଣ୍ଟ ଚଞ୍ଚକତା କରି ହିତାଧିକାରୀଙ୍କ ଠାରୁ ଟଙ୍କା ଫାଙ୍କି ନେଉଛନ୍ତି । ଏନେଇ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନଥିବା କହିଛନ୍ତି ହିତାଧିକାରୀ । ଅନ୍ୟପଟେ ଆଗାମୀ ଦିନରେ କେବଳ ହିତାଧିକାରୀଙ୍କ ନାଁରେ ମଷ୍ଟର ରୋଲ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.