Below header

ବଲାଙ୍ଗିର: ହାର୍ଣ୍ଣିଆ ଅପରେସନ୍ ବେଳେ ଡାକ୍ତରଙ୍କ ବଡ ଭୁଲ୍, ରୋଗୀଙ୍କ ପେଟ ଭିତରେ ଭୁଲିଗଲେ ପ୍ଳାଷ୍ଟିକ୍ ପାଇପ୍ ଖଣ୍ଡ

ବଲାଙ୍ଗିର: ହାର୍ଣ୍ଣିଆ ଅପରେସନ୍ ବେଳେ ଡାକ୍ତରଙ୍କ ବଡ ଭୁଲ୍ । ରୋଗୀଙ୍କ ପେଟ ଭିତରେ ଭୁଲିଗଲେ ପ୍ଳାଷ୍ଟିକ୍ ପାଇପ୍ ଖଣ୍ଡ । ଯାହାଫଳରେ ଦୀର୍ଘଦିନ ଧରି ଅପରେସନ୍ କରାଯାଇଥିବା ସ୍ଥାନ ନ ଶୁଖିବାରୁ ରୋଗୀ ଜଣଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହାପରେ ପ୍ରକୃତ କାରଣ ଜଣାପଡିବା ପରେ ଦ୍ବିତୀୟ ଥର ରୋଗୀ ଜଣଙ୍କର ଅପରେସନ୍ କରାଯାଇ ଉକ୍ତ ପ୍ଳାଷ୍ଟିକ୍ ଖଣ୍ଡକୁ ବାହାରକୁ ବହାର କରାଯାଇଛି । ଏହିପରି ଅବହେବଳା ପାଇଁ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ସହିତ ରୋଗୀଙ୍କୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଲାଦେରବାହାଲ ଗାଁର ପ୍ରସନ୍ନ ରଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.