ଭାଉଜର ଅଶ୍ଳୀଳ ଫଟୋ ଇଣ୍ଟରନେଟ୍‌ରେ ଅପଲୋଡ କରୁଥିଲା ନଣନ୍ଦ, ଏପରି ଖୋଲିଲା ରାଜ୍‌

ନଣନ୍ଦ ଭାଉଜ ଭଳି ସମ୍ପର୍କରେ ଲାଗିଲା କଳଙ୍କ। ନିଜ ଭାଉଜର ଅଶ୍ଳୀଳ ଫଟୋକୁ ଇଣ୍ଟରନେଟରେ ଅପଲୋଡ କରି ଫସିଯାଇଛି ନଣନ୍ଦ। ଏପରି ଏକ ଘଟଣା ଅମୃତସର ତିଲକ ନଗର ଘଟିଛି। ନଣନ୍ଦ ଭାଉଜ ନାମରେ ଫେକ୍‌ ଆକାଉଣ୍ଟ କରି ସେଥିରେ ବିଭିନ୍ନ ପ୍ରକାରର ଅଶ୍ଳୀଳ ଫଟୋ ଅପଲୋଡ କରିଥିଲେ। ପରେ ଭାଉଜଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଅଶ୍ଳୀଳ ମେସେଜ ସବୁ ଆସିବାକୁ ଲାଗିଥିଲା। ତା’ ପରେ ମହିଳା ଜଣକ ପୋଲିସରେ ଅଭିଯୋଗ କରିବା ପରେ ପ୍ରକୃତ ସତ୍ୟ ଜଣାପଡିଥିଲା।

ଏହାସହ ପଢ଼ନ୍ତୁ ; ଦେଢ ବର୍ଷର ଭାଇକୁ ମାରି ନଦୀରେ ଫୋପାଡି ଦେଲେ ଭଉଣୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି କାରଣ

w

ସୂଚନା ମୁତାବକ, ଦିଲ୍ଲୀରେ ରହୁଥିବା ନଣନ୍ଦ ଆରୁଶୀ ଟିଣ୍ଡର ଆପ୍‌ ଜରିଆରେ ଏକ ଫେକ୍‌ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ ଭାଉଜର ଅଶ୍ଳୀଳ ଫଟୋକୁ ଅପଲୋଡ କରି ଇଣ୍ଟରନେଟରେ ଛାଡିଥିଲେ। ଯାହା ଖୁବ୍‌ ଜୋରରେ ଭାଇରାଲ ହୋଇଥିଲା। ଭାଉଜଙ୍କୁ ଏହା ବିଷୟରେ ଜଣା ପଡିବା ପରେ ସେ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ମୋବାଇଲ ନମ୍ବର ଯାଞ୍ଚ କରିବା ପରେ ପ୍ରକୃତ ସତ୍ୟ ଜାଣିବାକୁ ପାଇଥିଲା। ପୋଲିସ ଏହି ଅଭିଯୋଗରେ ନଣନ୍ଦକୁ ଗିରଫ କରିବା ସହ ତାଙ୍କ ବିରୋଧରେ ଧାରା ୬୬ ସି, ୬୬ ଡି,୬୭ ଆଇଟି ଆକ୍ଟ ଏବଂ ୫୦୯ ଆଇପିସି ଧାରା ଅନୁଯାୟୀ ମାମଲା ଦାଏର କରାଯାଇଛି। ଏପର୍ଯ୍ୟନ୍ତ ନଣନ୍ଦ ନିଜ ସପକ୍ଷରେ କିଛି ବି କହିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.