ଜୟପୁର: ରୋଡ ରୋମିଓକୁ ସେକିଲେ ଯୁବତୀ, ଭାଇରାଲ ହେଲା ଭିଡିଓ

ଜୟପୁର: ଏବେ ସାରା ଦେଶରେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଦୁଷ୍କର୍ମ ଘଟଣାକୁ ନେଇ ତୁମ୍ଭି ତୋଫାନ୍ ଚାଲିଥିବାବେଳେ ଏବେ ଆଉ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବତୀ ଡରିନଯାଇ ଏହାର ଖୁଲମ୍ ଖୁଲା ସାମ୍ନା କରିଛନ୍ତି ।  ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ ।  ସହରର ଜୟନଗର ପାର୍କ ନିକଟରେ କିଛି ଯୁବତୀ କୋଚିଂରୁ ଫେରୁଥିବାବେଳେ ଜଣେ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ । ତେବେ ଯୁବକଙ୍କ କମେଣ୍ଟକୁ  ସହଜରେ ଗ୍ରହଣ କରିପାରିନଥିଲେ ଜଣେ ଯୁବତୀ । ସେ ଯୁବକଙ୍କ ପାଖକୁ ଯାଇ ଏହାର ପ୍ରତିବାଦ କରିଥିଲେ । ଯାହାର ଭିଜୁଆଲ୍ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ରୋଡ ରୋମିଓଙ୍କୁ କାବୁ କରିବା ପାଇଁ ଯୁବତୀ ଜଣଙ୍କ ପାରୁ ପର୍ଯ୍ଯନ୍ତ ଚେଷ୍ଟା କରିଥିଲେ କିନ୍ତୁ ଧରିପାରିନଥିଲେ । ଯଦି ସେଠାରେ ଉପସ୍ଥିତ ଥିବା ଦେଖଣାହାରୀମାନେ ଏକାଠି ହୋଇ ଯୁବତୀଙ୍କୁ ସାହାର୍ଯ୍ଯ କରିଥାନ୍ତେ ତେବେ ରୋଡ ରୋମିଓ ଜଣଙ୍କୁ କାବୁ କରାଯାଇପାରିଥାନ୍ତା । ତେବେ  ଏହି ଭିଜୁଆଲଟି ଗତକାଲି ଠାରୁ ମୋବାଇଲ ଠୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଯୁବତୀଙ୍କ ସାହସ ପାଇଁ ଏବେ ସେ ସାରା ସହରରେ ପ୍ରଶଂସାର ପାତ୍ର ପାଲଟିଥିବାବେଳେ ଏଯାଏ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.