ବୃଦ୍ଧାବସ୍ଥାରେ ସାହାରା ହେବ କେନ୍ଦ୍ର ସରକାରଙ୍କର ଏହି ଯୋଜନା, ୬ ଡିସେମ୍ବର ଯାଏ ରହିଛି ଖାସ୍‌ ମଉକା

ଚଳିତବର୍ଷ ଫେବୃୟାରୀରେ ଶେଷ ବଜେଟ୍‌ ଉପସ୍ଥାପନା କରିବା ସମୟରେ ଅର୍ଥ ମନ୍ତ୍ରୀ ପୀୟୂଷ ଗୋଏଲ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ପେନ୍‌ସନ ସ୍କିମ୍‌ର ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଲୋକଙ୍କୁ ବୃଦ୍ଧାବସ୍ଥାରେ ପେନ୍‌ସନ ସୁବିଧା ଦିଆଯାଇଥାଏ।

ଏହାସହ ପଢ଼ନ୍ତୁ: ଚିକେନ୍‌ ବରାବର ମୂଲ୍ୟରେ ପହଞ୍ଚିଲା ପିଆଜ, କୋଲକାତାରେ କିଲୋ ୧୫୦ ଟଙ୍କା!

ଏହାଛଡ଼ା ‘ରାଷ୍ଟ୍ରୀୟ ପେନ୍‌ସନ ଯୋଜନା’ ଅର୍ଥାତ୍‌ ଏନ୍‌ପିଏସ୍‌ ଜରିଆରେ ପେନ୍‌ସନ ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ଏବେ ସରକାର ପେନ୍‌ସନ ସ୍କିମ୍‌ ପାଇଁ ଏକ ଖାସ୍‌ ଶୁଭାରମ୍ଭ କରିଛନ୍ତି। ଗତ ୩୦ ନଭେମ୍ବରରୁ ଶ୍ରମ ମନ୍ତ୍ରୀ ପେନ୍‌ସନ ସପ୍ତାହ ଆରମ୍ଭ କରିଥିଲେ, ଯାହାକି ୬ ଡିସେମ୍ବର ପଯ୍ୟର୍ନ୍ତ ଚାଲିବ।

pen34

ଏହି ଖାସ୍‌ ସପ୍ତାହରେ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଏବଂ ‘ରାଷ୍ଟ୍ରୀୟ ପେନ୍‌ସନ ଯୋଜନା’ ସହ ଲୋକଙ୍କୁ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି। ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗବାରଙ୍କ କହିବା ମୁତାବକ, ଶ୍ରମ ଯୋଗୀ ମାନଧନ ଅଧୀନରେ ୧ କୋଟି ଲାଭାର୍ଥୀଙ୍କର ପଞ୍ଜୀକରଣ କରାଯିବାର ଯୋଜନା ରହିଛି। ରେଜିଷ୍ଟ୍ରେଶନ ପାଇଁ ମୂଳତଃ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ ଏବଂ ଜନଧନ ଖାତା ଆବଶ୍ୟକ ପଡ଼ିଥାଏ।
ଏହି ଯୋଜନା ପାଇଁ ରେଜିଷ୍ଟ୍ରେଶନ କରାଇବାରେ ପ୍ରାୟ ୨ରୁ ୩ ମିନିଟ୍‌ ସମୟ ଲାଗିଥାଏ। ରେଜିଷ୍ଟ୍ରେଶନ କରୁଥିବା ବ୍ୟକ୍ତିଙ୍କ ବୟସ ଆଧାରରେ ମାସିକ କିସ୍ତିକୁ ୫୫ରୁ ୨୦୦ ଟଙ୍କା ମଧ୍ୟରେ ରଖାଯାଇଛି।

ଏହାସହ ପଢ଼ନ୍ତୁ: ମୋ ଭବିଷ୍ୟତ ପାଇଁ ବାପା କ୍ଷୀର ବିକୁଥିଲେ, ଡ୍ରାଇଭିଂ କରୁଥିଲେ : ପ୍ରିୟମ୍‌ ଗର୍ଗ, ଜୁନିୟର ଟିମ୍‌ ଇଣ୍ଡିଆ ଅଧିନାୟକ

peb556

ଯଦି କୌଣସି ବ୍ୟକ୍ତିଙ୍କ ବୟସ ୩୦ ବର୍ଷ, ତା’ହେଲେ ତାଙ୍କୁ ପ୍ରତି ମାସରେ ପାଖାପାଖି ୧୦୦ ଟଙ୍କା ମାସିକ ଅଂଶଦାନ ଦେବାକୁ ପଡ଼ିବ। ଏହି ପ୍ରକାରେ ବ୍ୟକ୍ତି ଜଣକ ଗୋଟିଏ ବର୍ଷରେ ୧,୨୦୦ ଟଙ୍କା ତଥା ସମ୍ପୂର୍ଣ୍ଣ ଉପଯୁକ୍ତ ବୟସରେ ୩୬ ହଜାର ଟଙ୍କାର ଅଂଶଦାନ ଦେବ।
ଯେବେ ସେ ୬୦ ବର୍ଷର ହୋଇଯିବେ, ତାଙ୍କୁ ମାସକୁ ୩ ହଜାର ଟଙ୍କା ମିଳିବ। ବ୍ୟକ୍ତିଙ୍କ ନିଧନ ପରେ ତାଙ୍କ ଜୀବନସାଥୀକୁ ୫୦ ପ୍ରତିଶତ ପେନ୍‌ସନ ଅର୍ଥାତ୍‌ ୧,୫୦୦ ଟଙ୍କା ପ୍ରତି ମାସରେ ମିଳିବ।

ଏହାସହ ପଢ଼ନ୍ତୁ: ସର୍ଭେ କୁହେ ବିଲେଇ ମଧ୍ୟ ମୁହଁରେ ପ୍ରକାଶ କରିଥାଏ ନିଜ ମନର ଭାବନା

pen1

ଯଦି ସ୍ୱାମୀ ଏବଂ ସ୍ତ୍ରୀ ଦୁଇଜଣ ଏହି ଯୋଜନା ପାଇଁ ଉପଯୁକ୍ତ, ତା’ହେଲେ ସେମାନେ ଏହାକୁ ଚୟନ କରିପାରିବେ। ଏମିତିରେ ୬୦ ବର୍ଷ ହେବା ପରେ ସେମାନଙ୍କୁ ଯୁଗ୍ମରୂପେ ମାସକୁ ୬,୦୦୦ ଟଙ୍କା ମିଳିବ, ଯାହାକି ସେମାନଙ୍କ ଜୀବନଯାପନ ପାଇଁ ପଯ୍ୟର୍ାପ୍ତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.