Below header

ବୁରା ନା ମାନୋ ହୋଲି ହୈ, ରଙ୍ଗର ଉତ୍ସବରେ ଆଜି ସବୁ ମାଫ୍‌ !

ଭୁବନେଶ୍ୱର (କେନ୍ୟୁଜ୍‌) : ଗତକାଲି ଓ ଆଜି ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୋଳ ଓ ହୋଲି ପର୍ବ ପାଳିତ ହୋଇଯାଇଛି । ତେବେ କରୋନା ଭୟରେ ଏଥର ହୋଲି ଟିକେ ଫିକା ଥିଲା । ଅନେକ ଲୋକ ହୋଲିର ରଙ୍ଗ ଠାରୁ ଦୂରେଇ ରହିଥିଲେ । ଖାସ୍‌ ସେଇଥି ଲାଗି ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଫାଙ୍କା ଫାଙ୍କା ଲାଗୁଥିଲା । ଅବିର ହେଉ କି ପାଣି ରଙ୍ଗ ଏମିତି କି ପିଚ୍‌କାରୀ ସବୁ କିଛି ଚୀନ୍‌ରୁ ଆସୁଛି ବୋଲି ଏକ ଗୁଜବ ମଧ୍ୟ ପ୍ରଚାର ହୋଇଥିଲା । ତେଣୁ ଚଳିତ ବର୍ଷ ରଙ୍ଗର ଖେଳରେ ଏତେ ଉନ୍ମାଦନା ନଥିଲା । କେବଳ ଯୁବ ପିଢ଼ିରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ROAD-1ତେବେ ଏସବୁ ଭିତରେ ରାଜଧାନୀରରେ ଆମ ଟ୍ରାଫିକ୍‌ ପୋଲିସ୍‌ କର୍ମଚାରୀମାନେ ବେଶ୍‌ ସକ୍ରିୟ ଥିଲେ । ରାସ୍ତା ଫାଙ୍କା ଲାଗୁଥିଲା । କାଁ ଭାଁ ଗୋଟିଏ ଗୋଟିଏ ଦଳ ରଙ୍ଗ ହୋଇ ଯାଆସ କରୁଥିଲେ । ସେତେ ହୋହଲ୍ଲା ନଥିଲା । ଅବଶ୍ୟ ରଙ୍ଗ ସାଙ୍ଗକୁ ଯଦି ଭାଙ୍ଗ କି ଦାରୁ ନହେଲା ତେବେ କି ହୋଲି ଉତ୍ସବ ? ତେଣୁ ଅନେକ ଜାଗାରେ ପୂର୍ବ ପ୍ରସ୍ତୁତି ଅନୁସାରେ ଏସବୁର ଆସର ବସିଥିଲା ।
ଅବଶ୍ୟ ଏକଥା ମଧ୍ୟ ସତ ଯେ ପରମ୍ପରା ଆଗରେ ଅନେକ ସମୟରେ ଆମ ଆଇନ୍‌ କାନୁନକୁ ନଇଁବାକୁ ପଡ଼େ । ସେହିଭଳି ସ୍ଥିତି ଆଜି ମଧ୍ୟ ଦେଖିବାକୁ ମିଳିଥିଲା । ଯେମିତି କି ପିସିଆର ଭ୍ୟାନ୍‌ ବୁଲୁଥିଲେ ମଧ୍ୟ ହେଲମେଟ୍‌ ଚେକିଂ ନଥିଲା । ତିନି ଜଣ ଲେଖାଏଁ ଆରାମରେ ବାଇକ୍‌ରେ ବସି ଯିବା ଆସିବା କରୁଥିଲେ । ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଉଥିଲେ । ସବୁଠାରୁ ବଡ଼ କଥା ହେଲା, ଅନେକ ଯୁବକ ନିଶାସକ୍ତ ଅବସ୍ଥାରେ ମଧ୍ୟ ଗାଡ଼ି ଚଳାଉଥିଲେ ।
ଆମେ ଏସବୁ ଦେଖି ଖାଲି ଏତିକି କହି ପାରିବୁ ‘ବୁରା ନା ମାନୋ ହୋଲି ହୈ’ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.