MDH ମସଲାର ପ୍ରତିଷ୍ଠାତା ପଦ୍ମଭୂଷଣ ସ୍ୱର୍ଗତ ଧର୍ମପାଳ ଗୁଲାଟିଙ୍କ ପରିବାରକୁ ସମବେଦନା ଜଣାଇଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି MDH ମସଲାର ପ୍ରତିଷ୍ଠାତା ତଥା ପଦ୍ମଭୂଷଣ ସ୍ୱର୍ଗତ ମହାଶୟ ଧର୍ମପାଳ ଗୁଲାଟିଙ୍କ ନୂଆଦିଲ୍ଲୀ ବାସଭବନରେ ପହଞ୍ଚିଛନ୍ତି । ସେଠରେ ପହଁଚି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡ. ସାମନ୍ତ ସ୍ୱର୍ଗତ ଗୁଲାଟିଙ୍କ ପୁଅ ଓ ବୋହୂଙ୍କୁ ଭେଟି ତାଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇଥିଲେ । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ

dhamapala gulati

ଆଲୋଚନା ସମୟରେ ସ୍ୱର୍ଗତ ଗୁଲାଟିଙ୍କ ଘୋଷଣା ଅନୁଯାୟୀ କନ୍ଧମାଳଠାରେ ପ୍ରତିଷ୍ଠା ହେବାକୁ ଥିବା MDH ମସଲାର ଏକ ୟୁନିଟ୍‌ ସ୍ଥାପନ କରିବାକୁ ତାଙ୍କ ପୁତ୍ର ରାଜୀବ ଗୁଲାଟି ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ MDH କମ୍ପାନୀର ଆର୍ଥିକ ସହାୟତାରେ କନ୍ଧମାଳରେ କିସ୍‌ର ଏକ ଶାଖା ପ୍ରତିଷ୍ଠା ପାଇଁ ସ୍ୱର୍ଗତ ଗୁଲାଟି ଦେଇଥିବା ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ରାଜୀବ କହିଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ଏକ ହେଲଥ୍‌ ରିଟ୍ରିଟ୍‌ ସ୍ଥାପନ କରିବା ପାଇଁ ରାଜୀବ ଗୁଲାଟି ଆଗ୍ରହ ପ୍ରକାଶ କରି ଓଡ଼ିଶା ସରକାରଙ୍କ ସହ ଆଲୋଚନା  କରିବା ପରେ ଏ ନେଇ ପଦକ୍ଷେପ ଗ୍ରହଣ କରିବେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.