Below header

ପୁଣି ଜଣେ ପ୍ରତିଭାଙ୍କ ବଦଳିବ ଭାଗ୍ୟ, ସାହାଯ୍ୟର ହାତ ବଢ଼ାଇଲେ ଡାଃ ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ) : ପ୍ରତିଭାର ପରିପ୍ରକାଶ ପାଇଁ ସବୁବେଳେ ସାହାରା ଦେଇ ଆସିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଏହି କ୍ରମରେ ଏବେ ସେ ଜଣେ ଉଦୀୟମାନ ଖେଳାଳିଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ । ଅନେକ ଖେଳାଳିଙ୍କ ପୃଷ୍ଠପୋଷକ ସାଜିଥିବା ଡ. ସାମନ୍ତ ଏବେ ପୁଣି ଆଉ ଜଣେ ପ୍ରତିଭାଙ୍କୁ ଆଗକୁ ବଢ଼ିବାର ପାଇଁ ବାଟ ଖୋଲିଛନ୍ତି।

କନ୍ଧମାଳର ଗରିବ ଆଦିବାସୀ ପରିବାରର ଝିଅ ରଶ୍ମିତା କହଁର । ଜଣେ ଦକ୍ଷ ମହିଳା ଫୁଟବଲ ଖେଳାଳି । ଆର୍ଥିକ ସମସ୍ୟା ତାଙ୍କ ପ୍ରତିଭାର ରାସ୍ତାରେ ପ୍ରତିବନ୍ଧକ ସାଜିଥିବା ଜାଣିବା ପରେ ଡ. ସାମନ୍ତ ରଶ୍ମିତାଙ୍କ ପାଖରେ ଠିଆ ହୋଇଛନ୍ତି । ବଣର ମଲ୍ଲି ପରି ବଣରେ ଫୁଟି ମଉଳି ଯାଉଥିବା ରଶ୍ମିତାଙ୍କ ଦକ୍ଷତାର ବଢ଼ାଇବା ଏବଂ ତାଙ୍କୁ ଜଣେ ଦକ୍ଷ ଖେଳାଳିରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ।

କନ୍ଧମାଳ ଗସ୍ତ କରି ନିଜେ ଡଡ. ସାମନ୍ତ ରଶ୍ମିତାଙ୍କୁ ଭେଟିଥିଲେ । ତାଙ୍କ ସାହସ ବଢ଼ାଇବା ସହ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ୱର ସ୍ଥିତ କିସ୍‌ରେ ରହି ପଢ଼ିବା ସହ ଫୁଟବଲ୍‌ ଖେଳିବାର ସୁେଯୋଗ ଯୁଟି ଯାଇଛି ରଶ୍ମିତାଙ୍‌କୁ । ଏଥିପାଇଁ ରଶ୍ମିତା ଓ ତାଙ୍କ ପରିବାର ଡ. ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତମାନ ରଶ୍ମିତା ଫୁଲବାଣୀରେ +୩ କଳାର ଛାତ୍ରୀ । ସେ ମହିଳା ଫୁଟବଲରେ କନ୍ଧମାଳ ଜିଲ୍ଲାର ପ୍ରତିନିଧିତ୍ୱ କରି ବେଶ୍‌ ସୁନାମ ଅର୍ଜନ କରିଛନ୍ତି । ତେଣୁ ଉଭୟ ପାଠପଢ଼ା ଓ ଖେଳରେ ବେଶ୍‌ ଆଗେଇବେ ରଶ୍ମିତା ।କିସ୍ ରେ ରହି ପାଠ ପଢିବା ସହ ସେଠାରେ ଫୁଟବଲର ପ୍ରଶିକ୍ଷଣ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.