ଦିଲ୍ଲୀରେ ବାସିଲା ମହମହ ପଖାଳ, ଓଡ଼ିଶା ଭବନରେ ପଖାଳ ଦିବସ ପାଳନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ପିଲାଦିନୁ ପଖାଳକୁ ସେ ବହୁତ ଭଲ ପାଆନ୍ତି। ପଲ୍ଲୀରୁ ଦିଲ୍ଲୀ ଯାଏ ସବୁଠି ପଖାଳ ଖୋଜିଥାନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳର ପ୍ରଚାର ପ୍ରସାର ପାଇଁ କରିଥିବା ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ପଖାଳକୁ ସମସ୍ତେ ନିଜର କରିବାକୁ ଅପିଲ୍‌ କରିଛନ୍ତି ଡକ୍ଟର ସାମନ୍ତ ।

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଓଡ଼ିଶା ଭବନରେ ପଖାଳ ଦିବସ ପାଳିତ । ଏହି ଅବସରରେ କିଟ୍‌, କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇ ପଖାଳ ଖାଇଥିଲେ । ପିଲାଦିନୁ ପଖାଳକୁ ସେ ବହୁତ ଭଲ ପାଆନ୍ତି। ପଲ୍ଲୀରୁ ଦିଲ୍ଲୀ ଯାଏ ସବୁଠି ପଖାଳ ଖୋଜିଥାନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳର ପ୍ରଚାର ପ୍ରସାର ପାଇଁ କରିଥିବା ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ପଖାଳକୁ ସମସ୍ତେ ନିଜର କରିବାକୁ ଅପିଲ୍‌ କରିଛନ୍ତି ଡକ୍ଟର ସାମନ୍ତ । ପଖାଳ ଓଡ଼ିଶାର ଗର୍ବ ଓ ଗୌରବ । ଆମ ସଂସ୍କୃତି ସହ ପଖାଳ ଯୋଡି ହୋଇ ରହିଛି । ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ ।