ଶିକ୍ଷା, କ୍ରୀଡ଼ା ଓ ଆର୍ଟ ଅଫ ଗିଭିଂ ବିଶ୍ୱବ୍ୟାପୀ ପ୍ରସାର ପାଇଁ ଡ. ଅଚ୍ୟୁତ ସାମାନ୍ତଙ୍କୁ କରାଗଲା ସମ୍ମାନୀତ

ଆର୍ଟ ଅଫ ଗିଭିଙ୍ଗ ଅଭିଯାନର ଦଶ ବର୍ଷ ପୂର୍ତ୍ତି ତଥା ଏହାର ଅଦ୍ଭୁତପୂର୍ବ ସଫଳତା ଆବସରେ ଓଡ଼ିଶା ସଚେତନ ନାଗରିକ ଫୋରମ ଏବଂ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ରାଜଭବନର ଅଭିଷେକ ହଲ୍‌ରେ ଏକ ଉତ୍ସବରେ ଡ. ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ତଥା କିଟ୍‌, କିସ୍‌ ଓ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ. ଅଚ୍ୟୁତ ସମନ୍ତଙ୍କୁ ଶିକ୍ଷା, କ୍ରୀଡ଼ା ଓ ଆର୍ଟ ଅଫ ଗିଭିଙ୍ଗର ବିଶ୍ୱବ୍ୟାପୀ ପ୍ରସାର ପାଇଁ ପ୍ରଦାନ କରାଯାଇଛି ମାନବବାଦର ମହାନାୟକ ସମ୍ମାନ। ଆର୍ଟ ଅଫ ଗିଭିଙ୍ଗ ଅଭିଯାନର ଦଶ ବର୍ଷ ପୂର୍ତ୍ତି ତଥା ଏହାର ଅଦ୍ଭୁତପୂର୍ବ ସଫଳତା ଆବସରେ ଓଡ଼ିଶା ସଚେତନ ନାଗରିକ ଫୋରମ ଏବଂ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି ପକ୍ଷରୁ ରାଜଭବନର ଅଭିଷେକ ହଲ୍‌ରେ ଏକ ଉତ୍ସବରେ ଡ. ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କିଟ୍‌ ଓ କିସ୍‌ ତଥା ଆର୍ଟ ଅଫ ଗିଭିଂର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମାନବବାଦର ମହାନାୟକ ଉପାଧି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମାନବବାଦୀ ଚେତନାର ସ୍ରଷ୍ଟା ଡ. ଅଚ୍ୟୁତ ସାମନ୍ତ ଜନସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମତବ୍ୟକ୍ତ କରିଥିଲେ। ଡ. ସାମନ୍ତ ଏହି ସମ୍ମାନ ଗ୍ରହଣ କରି ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇବା ସହ ଆଗକୁ ସମାଜ ସେବା କାର୍ଯ୍ୟରେ ନିଜକୁ ସମର୍ପଣ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.