ଯାଜପୁର: ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା, ବଦଳିଲେ ମଙ୍ଗଳପୁର ଥାନା ଅଧିକାରିଣୀ

ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ। ସୂଚନା ମୁତାବକ ଗତ ମାସ ୩୦ ତାରିଖରେ ପୋଲିସ ଅତ୍ୟାଚାର ଫଳରେ ମଲ୍ଲିପୁର ଗ୍ରାମର ଉଗ୍ରସେନ ବାରିକଙ୍କ ପୁଅ ସରୋଜ ବାରିକ ଆତ୍ମହତ୍ୟା କରିଥିଲେ।

ଯାଜପୁର ଟାଉନ(କେନ୍ୟୁଜ୍): କେନ୍ୟୁଜର ମହାପ୍ରଭାବ। ପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ। ସୂଚନା ମୁତାବକ ଗତ ମାସ ୩୦ ତାରିଖରେ ପୋଲିସ ଅତ୍ୟାଚାର ଫଳରେ ମଲ୍ଲିପୁର ଗ୍ରାମର ଉଗ୍ରସେନ ବାରିକଙ୍କ ପୁଅ ସରୋଜ ବାରିକ ଆତ୍ମହତ୍ୟା କରିଥିଲେ।

ପରିବାର ଲୋକେ ଏବଂ ଗ୍ରାମବାସୀ ମିଳିତ ଭାବେ ଏହାକୁ ପ୍ରତିବାଦ କରି ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଥାନା ଅଧିକାରିଣୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ପରେ ଆତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଗ୍ରାମବାସୀ ଏବଂ ପରିବାର ବର୍ଗ ଏ ଆତ୍ମହତ୍ୟା ପାଇଁ ମଙ୍ଗଳପୁର ଥାନା ଅଧିକାରିଣୀଙ୍କୁ ସିଧାସଳଖ ଦାୟୀ କରିଥିଲେ। ଏ ନେଇ ମଧ୍ୟ ଯାଜପୁର ଏସ୍ପିଙ୍କୁ ଗତକାଲି ଭେଟି ଅଭିଯୋଗ କରିଥିଲେ। ଆଜି ଥାନା ଅଧିକାରିଣୀଙ୍କ ବିରୁଦ୍ଧରେ ଆସିଥିବା ବିଭିନ୍ନ ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିନାରାଣୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ପବିତ୍ର ମହାରଣାଙ୍କୁ ମଙ୍ଗଳପୁର ଥାନା ଦାୟିତ୍ୱ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.