କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ଶୁଭ ଉଦଘାଟନ

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ରାଇକିଆରେ ନବନିର୍ମିତ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଛନ୍ତି । ଏଥିରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ, ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସ୍ମରଣିକା ଟୁଲ, ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସେ ରାଇକିଆ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେଇଥିଲେ । ଏଥିରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜି ଉଦୟଗିରି ପର୍ଯ୍ୟବେକ୍ଷକ ବିକ୍ରମ ପଣ୍ଡା, ଜିଲ୍ଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେର, ବିଜୁ ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ମହିଳା ସଭାପତି ପୁନମ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ବ୍ଲକରେ ସାଙ୍ଗଠନିକ ବୈଠକ ସଂପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ ବିଜେଡି କର୍ମୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.