ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ, କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୭ ସହିଦ

ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆସାମ ରାଇଫଲସର କମାଣ୍ଡିଂ ଅଫିସରଙ୍କ କନଭଏ ବା ଗାଡ଼ି ଉପରେ କରାଯାଇଛି ହମଲା । ଏଥିରେ ଆସାମ ରାଇଫଲ୍ସ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ, ପୁଅ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏମାନେ ଯାଉଥିବା ଏକ ଗାଡି ଉପରେ ହଟାତ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ସିଙ୍ଗହାଟ ସବ୍‌ଡିଭିଜନ ଠାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସହିଦଙ୍କ ଭିତରେ ୪ ଜଣ ସୁରକ୍ଷାକର୍ମୀ ଅଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ପୁରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଚଳାଇଛି ଆସାମ ରାଇଫଲସ ଯବାନ । ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ । ଆତଙ୍କବାଦୀଙ୍କ ଏଭଳି ଆକ୍ରମଣକୁ ଭୀରୁତାର ପରିଚୟ ବୋଲି କହିଛନ୍ତି । ତେବେ ହମଲା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏଯାଏ ନିଜକୁ ଦାୟୀ କରି ନାହାନ୍ତି ।

ଏହି ଘଟଣା ମଣିପୁର ରାଜ୍ୟର ଚୁରାଚାନ୍ଦପୁର ଜିଲ୍ଲାରେ ଘଟିଥିବା ନେଇ ସୂଚନା ମିଳିଛି । ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସରଙ୍କ ଗାଡି ଉପରେ ଆତଙ୍କୀ ମାନେ ହାଟାତ ଆକ୍ରମଣ କରିଥିବା ନେଇ ଜଣାଯାଇଛି । ଏହି ଗାଡିରେ କମାଣ୍ଡିଙ୍ଗ ଅଫିସର, ତାଙ୍କ ପରିବାର ଲୋକେ( ସ୍ତ୍ରୀ ଓ ପୁଅ)ଙ୍କ ସମେତ ଚାରି ଜଣ ଯବାନ ଥିଲେ । ଆଉ ମଧ୍ୟ ଏଥିରେ କୁଇକ ଆକ୍ସନ ଟିମର ଚାରି ଜଣ ଉପସ୍ଥିତ ଥିଲେ । ଏହା ପଛରେ ପିପଲ୍ସ ଲିବରେସନ ଆର୍ମିର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଟ୍ୱିଟ କରିଥିବା ବେଳେ ଏହା ଆତଙ୍କବାଦୀ ମାନଙ୍କର ଭୀରୁତାର ପରିଚୟ ବୋଲି ଉଲ୍ଲେଖ କରିଛନ୍ତି । ରାଜ୍ୟ ବାହିନୀଙ୍କ ସମେତ ପାରାମିଲିଟାରି ଫୋରସେସ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଥିବା ନେଇ ସୂଚନା ମିଳିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନୂଆଯିବ ବୋଲି ସୂଚନା ମିଳିଛି ।

ପିପଲ୍ସ ଲିବରେସନ ଆର୍ମିର ଗଠନ ୧୯୭୮ ମସିହାରେ ହୋଇଥିଲା । ଭାରତ ସରକାର ଏହାକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା ମଧ୍ୟ କରିଛନ୍ତି । ଅତୀତରେ ଭାରତୀୟ ସୁରକ୍ଷା ବଳ ଉପରେ ଅନେକ ଥର ଏହିପରି ଆକ୍ରମଣ ମାନ ଅନେକ ଥର ମଧ୍ୟ କରାଯାଇଛି । ବିଶ୍ୱେଶ୍ୱର ନାମକ ଜଣେ ବ୍ୟକ୍ତି ଏହାର ଗଠନ କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.