କାମ ସମୟରେ ଫେସବୁକ ଖୋଲୁଥିଲେ ଗାଲରେ ବସିବ ଚାପୁଡ଼ା, ଏହି କାମ ପାଇଁ ମହିଳାଙ୍କୁ ନିଯୁକ୍ତ କଲେ କମ୍ପାନୀ ସିଇଓ

କେବଳ ଚାପୁଡ଼ା ମାରିବା ପାଇଁ ଯୁବତୀଙ୍କୁ ଦିଆଗଲା ନିଯୁକ୍ତି । ଆଉ ଏଥିପାଇଁ ଘଣ୍ଟାକୁ ମିଳୁଛି ୮ ଡଲାରର ପାରିଶ୍ରମିକ । କଣ ଭାବୁଛନ୍ତି ଘଟଣାଟି ସତ ନା ମିଛ । ହଁ ଆଂଜ୍ଞା ସତ ପ୍ରତିଶତ ସତ । ବିସ୍ମୟର କଥା ଏମିତି ଏକ ଅଦ୍ଭୁତ ତଥା ନିଆରା ପଦକ୍ଷେପ ଜଣେ ଭାରତୀୟ ବଂଶୋଦ୍ଭବ ହିଁ ନେଇଛନ୍ତି । “ପେଭଲକ” ନାମକ ଏକ ୱେରେବଲ ଡିଭାଇସ କମ୍ପାନୀର ମାଲିକ ମନିଷ ସେଟ୍ଟୀଙ୍କ ମୁଣ୍ଡରେ ହିଁ ପ୍ରଥମେ ଏମିତି ଏକ ଅଦ୍ଭୁତ ଆଇଡ଼ିଆ ଆସିଥିଲା । ଫେସବୁକ କରି କାମରୁ ଯେମିତି ଧ୍ୟାନ ନ ହଟୁ ସେଥିପାଇଁ ଫେସବୁକ କରିବା ସମୟରେ ତାଙ୍କୁ ଜଣେ ଚାପୁଡ଼ା ମାରୁ ବୋଲି ସେ ଚାହିଁଲେ । ଆଉ ପରେ ସେ “କ୍ରାଇଗଲିଷ୍ଟ” ନାମକ ଏକ ସାଇଟରୁ ଜଣେ ଯୁବତୀଙ୍କୁ ନିଯୁକ୍ତ କରିଥିଲେ । ମନିଷଙ୍କ ଏହି ଚିନ୍ତାଧାରାଟି ବିଶିଷ୍ଟ ଉଦ୍ୟୋଗପତି ଏଲନ ମସ୍କଙ୍କୁ ଖୁବ ପ୍ରଭାବିତ କରିଥିଲା ।

ପ୍ରକୃତରେ ୨୦୧୨ ରେ ମିସ୍ଟର ସେଠିଙ୍କ ମୁଣ୍ଡକୁ ଜୁଟିଲାକି ତାଙ୍କ କମ୍ପାନୀର ଉତ୍ପାଦନ କ୍ଷମତା ନିହାତି ବଢିବା ଦରକାର । ସେ ପୁଣି ମାଗଣାରେ ନୁହେଁ । ଏନେଇ ଦରମା ବି ଦେବେ । ତେଣୁ ସେ ଏମିତି ଏକ ଅଦ୍ଭୁତ ଚିନ୍ତାଧାରା ନେଇ ସେସମୟରେ କ୍ରାଇଗଲିଷ୍ଟ ନାମକ ଏକ ୱେବସାଇଟ ସର୍ଚ୍ଚ କରିଥିଲେ । ଆଉ ଚାକିରୀ ପାଇଁ ସର୍ତ୍ତ ରଖାଯାଇଥିଲାକି କାମ କରୁଥିବା ସମୟରେ ଯେତେବେଳେ ବି ସେ ଫେସବୁକ ଦେଖିବେ ଜଣେ ତାଙ୍କ ଗାଲରେ ସେ ଶକ୍ତ ଚାପୁଡ଼ାଟିଏ ମାରିବ । ଆଉ ଶେଷରେ ମନୀଷଙ୍କ ଇଚ୍ଛା ପୁରଣ ହେଲା । ସେ ଚାହୁଁଥିବା ଉପଯୁକ୍ତ କର୍ମଚାରୀ ଟିଏ ତାଙ୍କୁ ମିଳିଗଲା । ଏବାବଦରେ ସେ ନିଜ ବ୍ଲଗରେ ବି ଲେଖିଛନ୍ତି । ତାଙ୍କ ଅନୁଯାୟୀ,” ସେ ନେଇଥିବା ଏମିତି ଏକ ନିଆରା ପଦକ୍ଷେପଟି ଅଦ୍ଭୁତ ପୂର୍ବ କାମ ଦେଲା । ପରିଣାମରେ ଚମତ୍କାର ଫଳ ବି ମିଳିଲା ।” ପ୍ରକୃତରେ କାରା ନାମକ ଜଣେ ମହିଳାଙ୍କୁ ଘଣ୍ଟାକ ପାଇଁ ୮ ଡଲାର ବେତନରେ ସେ ନିଯୁକ୍ତ କରିଥିଲେ । ଆଉ ଏହା ପରେ କମ୍ପାନୀର ପ୍ରଡକ୍ଟିଭିଟି ଅବିଶ୍ୱସନୀୟ ଭାବରେ ପ୍ରାୟ ୯୮ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଥିଲା ।

 

ଏଇ ନିକଟରେ ଶ୍ରୀ ସେଠି କାରାଙ୍କ ଠାରୁ ଚାପୁଡ଼ା ଖାଉଥିବାର ଏକ ଫଟୋ ଟ୍ୱିଟରରେ ଭାଇରଲ ହୋଇଥିଲା । ଆଉ ଏହି ଘଟଣା ଏଲନ ମସ୍କଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କହିରଖୁଛୁକି ଏଲନ ମସ୍କ ହେଉଛନ୍ତି Tesla ଓ Space X କମ୍ପାନୀର ସିଇଓ । ଆଉ ସେ ଏହି ଫଟୋ ଉପରେ ଦୁଇଟି ଇମୋଜୀ ଦେଇ ଟ୍ୱିଟ କରିଥିଲେ । ଚାହୁଁ ଚାହୁଁ ଏଲନଙ୍କ ଏହି ଟ୍ୱିଟ ଟିକୁ ୧୦ ହଜାର ସଂଖ୍ୟକ ଲାଇକ୍ସ ମିଳିଥିଲା । ଆଉ ଲୋକମାନେ ବି କମେଣ୍ଟ ବକ୍ସରେ ମାତ୍ରାଧିକ ପ୍ରଶ୍ନ ପଚାରିବାକୁ ଲାଗିଲେ । ଏଲନଙ୍କ ଦ୍ୱାରା କରାଯାଇଥିବା ଏହି ପୋଷ୍ଟରେ ନିଜେ ମନିଷ ପଚାରିଛନ୍ତିକି ଏଲନ ମୋତେ ଦେଇଥିବା ଏହି ଦୁଇଟି ଇମୋଜୀ ହୁଏତ ସବୁଠୁ ଅଧିକ ? ଆଉ ଇମୋଜୀରେ ଥିବା ନିଆଁ ଆକାରର ଚିତ୍ର ମୁଁ ସୂର୍ଯ୍ୟଙ୍କ ଉଚ୍ଚତା ପର୍ଯ୍ୟନ୍ତ ପହଁଚିଥିବାକୁ ସୂଚାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.