ପେଟର ଚର୍ବିକୁ ତୁରନ୍ତ କମ୍‌ କରିଥାଏ ଜିରା, ମାତ୍ର କିଛି ଦିନରେ ନିଶ୍ଚିତ ପାଇବେ ଫରକ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି ଏକ ଖାସ୍‌ ଜିନିଷ ବିଷୟରେ ଯାହାକୁ ମାତ୍ର ଗୋଟିଏ ଚାମଚ ପ୍ରତିଦିନ ସେବନ କଲେ ଆପଣଙ୍କ ମୋଟାପଣ ଏକଦମ୍‌ କମିଯିବ। ଆଉ ପେଟରେ ଜମିଥିବା ଚର୍ବି ଏକଦମ୍‌ କମିଯିବ, ଆପଣ ପୂରା ସ୍ଲିମ ଟ୍ରିମ୍‌ ହୋଇଯିବେ। ଆଜ୍ଞା ହଁ, ଏହି ଜିନିଷ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଆଉ ପ୍ରତିଦିନ ରୋଷଇରେ ବ୍ୟବହାର କରାଯାଉଛି ତାହା ହେଉଛି ଜିରା। ଓଜନ କମ୍‌ କରିବା ପାଇଁ ଜିରା ହେଉଛି ରାମବାଣ। ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ପ୍ରତିଦିନ ଗୋଟେ ଚାମଚ ଜିରା ସେବନ କଲେ ତିନି ଗୁଣା ଅଧିକ ଫ୍ୟାଟ କମିଯିବ। ତେବେ ଆସନ୍ତୁ ଜାଣିବା ଜିରାର ଫାଇଦା ବିଷୟରେ।

ଏକ ରିସର୍ଚ୍ଚ ଅନୁଯାୟୀ ଓଜନ କମ୍‌ କରିବାରେ ଜିରା ବହୁତ କାରିଗର। ଏହା ନା କେବଳ ଏକ୍ସଟ୍ରା କ୍ୟାଲୋରୀ ବର୍ନ କରିଥାଏ ବରଂ ମେଟାବଲିଜିମ୍‌ ରେଟ ବଢ଼ାଇଥାଏ ଏବଂ ଡାଇଜେସନ୍‌ ଠିକ୍‌ କରିଥାଏ। ଜିରାରେ ମାଙ୍ଗାନିଜ ଲୌହ ତତ୍ତ୍ୱ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ଜିଙ୍କ୍‌ ଏବଂ ଫସଫରସ ଭରପୂର ମାତ୍ରାରେ ମିଳିଥାଏ। ଜିରା ପାଉଡର ସେବନ କରିବା ଦ୍ୱାରା ଶରୀରରେ ବସାର ଅବଶୋଷଣ କମ୍‌ ହୋଇଥାଏ। ଯାହାକୁ ସ୍ୱାଭାବିକ ଭାବରେ ଓଜନ କମ୍‌ କରିବାରେ ସାହାଯ୍ୟ ମିଳିଥାଏ।

ଏମିତି କରନ୍ତୁ ଜିରାର ସେବନ

ଏକ ଗ୍ଲାସ ପାଣିରେ ଏକ ବଡ ଚାମଚ ଜିରାକୁ ରାତି ସାରା ଭିଜାଇ ରଖିଦିଅନ୍ତୁ। ସକାଳୁ ଉଠି ଫୁଟାନ୍ତୁ ଏବଂ ଚା ଭଳି ଏହି ପାଣିକୁ ପିଅନ୍ତୁ। ପାଣିକୁ ପିଇ ସାରିବା ପରେ ବଳକା ଜିରାକୁ ଖାଇଦିଅନ୍ତୁ। ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଶରୀରରେ ଫାଳତୁ ଚର୍ବୀ ବାହାରିଯାଇଥାଏ କିନ୍ତୁ ଏହି କଥାକୁ ନିହାତି ଧ୍ୟାନ ଦିଅନ୍ତୁ ଯେ ଏହି ପାଣିକୁ ପିଇବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁନାହିଁ।
ଜିରା ସହିତ ଅଦା ଏବଂ ଲେମ୍ବୁର ସେବନ କରିବା ଦ୍ୱାରା ଜଲଦି ଓଜନ କମିଥାଏ। ଅଦାକୁ କାଟି ଦିଅନ୍ତୁ ଏବଂ ଗାଜର ସହିତ ପରିବାକୁ ଫୁଟାନ୍ତୁ। ଏଥିରେ ଜିରା ପାଉଡର, ଲେମ୍ବୁ ଏବଂ କଟା ହୋଇଥିବା ଅଦା ପକାନ୍ତୁ। ରାତିରେ ଏହି ସୁପକୁ ପିଇବା ଦ୍ୱାରା ଓଜନ କମ୍‌ କରିବାରେ ଫାଇଦା ହେବ।

ଜିରାର ଆଉ କିଛି ଖାସ୍‌ ଫାଇଦା

  • ଜିରା ବ୍ୟାଡ୍‌ କୋଲେଷ୍ଟ୍ରଲକୁ କମ୍‌ କରିଥାଏ।
  • ଏହା ହାର୍ଟ ଆଟାକର ଭୟକୁ କମ୍‌ କରିଥାଏ।
  • ସ୍ମରଣ ଶକ୍ତି ବଢ଼ାଇବା ସହ ଇମ୍ୟୁନିଟୀ ବଢ଼ାଇଥାଏ।
  • ଏନିମିଆର ଚିକିତ୍ସା ଜିରା ଦ୍ୱାରା କରାଯାଇପାରିବ।
  • ଏହାଦ୍ୱାରା ଡାଇଜୋସେନ ଭଲ ହୋଇଥାଏ।
  • ଗ୍ୟାସ ଏବଂ ବ୍ଲୋଟିଙ୍ଗ ଠିକ୍‌ କରିଥାଏ।
You might also like