Below header

୪ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ.ଅଚ୍ୟୁତ ସାମନ୍ତ, ବିଭିନ୍ନ କ୍ଲବକୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ, SHG ସହ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ୪ ଦିନିଆ କନ୍ଧମାଳ ଗସ୍ତରେ ଆସି ମଙ୍ଗଳବାର ଫୁଲବାଣୀରେ ପହଞ୍ଚିଥିଲେ। ବୁଧବାର ସକାଳେ ଡ. ସାମନ୍ତ ଦାରିଙ୍ଗିବାଡ଼ି ଯାଇ ସେଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିବା ଇକୋ ରିଟ୍ରିଟ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ସେଠାରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବିଭିନ୍ନ ପଦାଧିକାରୀ ପର୍ଯ୍ୟଟନ ବିଭାଗର ବିଭିନ୍ନ ଅଧିକାରୀ, ବିଧାୟକଗଣଙ୍କ ସହ କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ଆଲୋଚନା କରିଥିଲେ ସାଂସଦ ଡ. ସାମନ୍ତ।.

ସକାଳେ ଜି ଉଦୟଗିରିଠାରେ ଟିକାବାଲି ଓ ଜି ଉଦୟଗିରିର ପଞ୍ଚାୟତ ପ୍ରତିନିଧିଙ୍କ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂପର୍କରେ କରିଥିଲେ ଆଲୋଚନା। ଅପରାହ୍ନରେ ରାଇକିଆଠାରେ ସ୍ୱସ୍ତିକ କଲ୍ୟାଣମଣ୍ଡପର ଲୋକାର୍ପଣ କରିଥିଲେ। ଏହାସହ କନ୍ଧମାଳ ଜିଲ୍ଲାର ଘରେ ଘରେ ଭଲିବଲ୍‌କୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ଡ. ସାମନ୍ତ ୨୫ରୁ ଅଧିକ କ୍ରୀଡା କ୍ଲବକୁ କିସ୍‌ ପକ୍ଷରୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରିଥିଲେ।

ରାଇକିଆ ବ୍ଲକ ମଣ୍ଡାସାରୁଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଲୋକାର୍ପଣ କରିବା ସହ ଗୁମାମାହା ଓ ସୁଗୁଡ଼ାବାଡ଼ି ପଞ୍ଚାୟତରେ ପାଠାଗାର ଓ ମୁଦ୍ରିକୁପଡ଼ାଠାରେ ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍‌ଘାଟନ କରିଥିଲେ ଡ. ସାମନ୍ତ। ଏହି ଅବସରରେ ଡ. ସାମନ୍ତ ସ୍ଥାନୀୟ ୪୦ ଜଣ ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ସେମାନେ ସ୍ୱବାଲମ୍ବୀ ହେବା ପାଇଁ ସେମାନଙ୍କୁ ଭୁବନେଶ୍ୱରରେ ମାଗଣାରେ ଆଳୁ ଚିପ୍‌ସ ଉତ୍ପାଦନ ପ୍ରଶିକ୍ଷଣ ଦିଆଯିବା ସହ ଆବଶ୍ୟକ ଯନ୍ତ୍ରାଂଶ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ଡ. ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ଡ. ସାମନ୍ତଙ୍କ ସହ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁରଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ବ୍ଲକ୍‌ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସଂଧ୍ୟାରେ ଦାରିଙ୍ଗିବାଡ଼ିଠାରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ସାଂସଦ ଡ.ସାମନ୍ତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.