ତିନି ଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସହ ଦଳ ବିଷୟରେ କରିବେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ରେ ପହଂଚିଲେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଭୁବନେଶ୍ୱରର ବିମାନ ବନ୍ଦରରେ ପହଂଚିଲା ପରେ ପୁରାନ୍ଦେଶ୍ୱରୀ ପ୍ରତିକ୍ରିୟା ଦେଇ କହିଛନ୍ତି  ପ୍ରଥମେ ଦଳୀୟ କର୍ମୀ, କାର୍ଯ୍ୟକତାଙ୍କ ଉପରେ ନିଜର ମନ୍ତବ୍ୟ ରଖିବେ।

ସୂଚନାଯୋଗ୍ୟ ରାଜ୍ୟ ପଦାଧିକାରୀ ପଦବୀ ଗ୍ରହଣ କରିବା ପରେ ପୁରନ୍ଦେସ୍ୱରୀଙ୍କ ଏହା ପ୍ରଥମ ଓଡିଶା ଗସ୍ତ।  ଏହି ଗସ୍ତରେ ସେ  ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସହ  ଆଲୋଚନା କରିବେ ଏବଂ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଛାମୁଆ ସଂଗଠନ ସହ  ଆଲୋଚନା କରିବେ ଡ଼ି. ପୁରାନ୍ଦେଶ୍ୱରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.