ଗରିବଙ୍କ ଦେବଦୂତ ସୋନୁ ସୁଦ୍ ପୁଣି ଚର୍ଚ୍ଚାରେ, ନିଜ ସମ୍ପତ୍ତି ବନ୍ଧକ ରଖି ଅସହାୟଙ୍କୁ କରିବେ ସାହାଯ୍ୟ

କେନ୍ୟୁଜ୍(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ସୋନୁ ସୁଦ୍। କରୋନା କଟକଣା ମଧ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ଘରକୁ ଫେରାଇ ଚର୍ଚ୍ଚାରେ ଥିବା ସୋନୁ ସୁଦ୍ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ଅସହାୟଙ୍କୁ ସାହାର୍ଯ୍ୟ କରିବା ପାଇଁ ନିଜ ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି ଯୋଗାଡ଼ କରିଛନ୍ତି ୧୦ କୋଟି ଟଙ୍କା। ସୋନୁ ସୁଦ୍‌ ବନ୍ଧକ ରଖିଥିବା ସଂପତ୍ତିଗୁଡ଼ିକ ମଧ୍ୟରେ ଦୁଇଟି ଦୋକାନ ଏବଂ ଛଅଟି ଫ୍ଲାଟ ରହିଛି ।ଖବର ଅନୁଯାୟୀ, ସୋନୁ ସୁଦ ବର୍ତ୍ତମାନ ତାଙ୍କର କିଛି ସମ୍ପତ୍ତି ବନ୍ଧକ ରଖିଛନ୍ତି। ୧୫ ସେପ୍ଟେମ୍ବରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ଏବଂ ଏହା ୨୪ ନଭେମ୍ବରରେ ପଞ୍ଜିକୃତ ହୋଇଛି। ଏହି କୋଠାଟି ଜୁହୁର ଏବି ନାୟାର ରୋଡରେ ଅବସ୍ଥିତ  ।

sonu sood 1

ଅଗଷ୍ଟ ମାସରେ ସୋନୁ ଖୋଦ୍ ନିଜେ ମେଲ  କରିଥିଲେ ଯେ ୧୧୩୭ ମେଲ୍,୧୯୦୦୦ ଫେସବୁକ ମେସେଞ୍ଜର,୪୮୧୨ ଇଂଷ୍ଟାଗ୍ରାମ୍ ମେସେଞ୍ଜର,୬୭୪୧ ଟ୍ବିଟର ମେସେଜ ମାଧ୍ୟମରେ ଲୋକେ  ସହାୟତା ମାଗିଛନ୍ତି। ପ୍ରତିଦିନ ଲୋକେ ମୋତେ ଏତେ ଗୁଡାଏ ସହାୟତା ମାଗୁଛନ୍ତି। ସମସ୍ତଙ୍କ ପାଖରେ ପହଞ୍ଚିବା ମୋ ପକ୍ଷେ ସମ୍ଭବ ଏବଂ ମୁଁ ଯଥାସମ୍ଭବ ଚେଷ୍ଟା କରିବି। ଯଦି କେହି ମୋତେ ଦେଖା କରିବାରୁ ବଞ୍ଚିତ ହେଉଛନ୍ତି ତେବେ ଏଥିପାଇଁ ମୁଁ ଦୁଃଖିତ। ସୋନୁ ସୁଦଙ୍କ ଏହି  ଉଦ୍ୟମ ପାଇଁ  ୟୁନାଇଟେଡ୍ ନେସନ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ତାଙ୍କୁ ଏସଡିଜି ସ୍ପେଶାଲ ୟୁନିଟାରୀ ଆକ୍ସନ୍ ଆୱାର୍ଡରେ ସମ୍ମାନିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.