Below header

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ଗିରଫ ହେଲେ ଡାକ୍ତର ଦେବାଶିଷ ବୋଷ

ସୁନ୍ଦରଗଡ(କେନ୍ଯୁଜ୍): ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତର ଗିରଫ । ବୀରମିତ୍ରପୁର ସରକାରୀ ଡାକ୍ତର ଦେବାଶିଷ ବୋଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବେଆଇନ ଗର୍ଭପାତ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଉକ୍ତ ଘଟଣା ଘଟିବା ପରଠାରୁ ଫେରାର ଥିଲେ ଡାକ୍ତର ଦେବାଶିଷ ବୋଷ। ଅନ୍ଯପଟେ ମହିଳା କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କୁ ଜେରା ଚାଲିଛି । ପୂର୍ବରୁ ଏହି ଘଟଣାରେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀଙ୍କୁ ଗିରଫ କରାଯାଇଥିଲା । ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ବାରମ୍ବାର ଦୁଷ୍କର୍ମ କରିବା ନେଇ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଆନନ୍ଦ ମାଝୀଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.