ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ ଓ ସାନିଟାଇଜର, ବଢ଼ିବ କଳାବଜାରୀ

ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ର ମାମଲା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ବସ୍ତୁ ଅଧିନିୟମରେ ସାମିଲ କରିଥିଲେ। ମାତ୍ର ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି। ସରକାର ମାସ୍କ ଓ ସାନିଟାଇଜରକୁ Essential Commodity Act ତାଲିକାରୁ ହଟାଇ ଦେଇଛନ୍ତି।

There cannot be a better measure for poor: Ram Vilas Paswan on ...

କେନ୍ଦ୍ରୀୟ ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସଓ୍ଵାନ୍‌ ପୂର୍ବରୁ ଟ୍ଵିଟ୍‌ କରି କହିଥିଲେ ଯେ କରୋନା ଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଆବଶ୍ୟକୀୟ ବସ୍ତୁ ଅଧିନିୟମ,୧୯୫୫ର ଅନୁସୂଚୀରେ ସଂଶୋଧନ କରି ୨,୩ ପ୍ଲାଇ ସର୍ଜିକାଲ ଫେସ୍‌ ମାସ୍କ, ଏନ୍‌୯୫ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ୩୦ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ଆବଶ୍ୟକ ବସ୍ତୁ ଘୋଷିତ କରିଥିଲେ। ଏହା ଦ୍ୱାରା ଏସବୁ ସାମଗ୍ରୀର ଉପଲବ୍ଧତା ବଢ଼ିବ ଓ କଳାବଜାରୀ ରୋକାଯାଇପାରିବ।

Food industry helps produce hand sanitizer, medical equipment ...

ମାତ୍ର ଏବେ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି। ଏବେ ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବାଦ୍‌ ଦିଆଯାଇଛି। ଜୁଲାଇ ୧ରୁ ଏହି ନିୟମ ଲାଗୁ ହୋଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.