୧୪ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ

କ୍ୱାରେଣ୍ଟାଇନ ଓ ସାମାଜିକ ଦୂରତ୍ୱକୁ ହେଲେ ପଦ୍ମଭୂଷଣ ଡ଼. କେ ଶ୍ରୀନାଥ ରେଡ୍ଡୀ । ତାଙ୍କ ଅନୁଯାୟୀ, ଦରକାର ପଡ଼ିଲେ ୧୪ ଦିନ ବଦଳରେ ୨୧ ଦିନକୁ କ୍ୱାରେଣ୍ଟାଇନ ସମୟସୀମା ବଢ଼ାଯାଉ। ଆଜି ଭିଡିଓ କନଫରେନ୍‌ସିଂରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ତଥା ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ ଏହି ପ୍ରସ୍ତାବ ଦେଇଛନ୍ତି । ଏଥିରେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ସେ ଆଲୋଚନା କରିଛନ୍ତି । କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଡାକ୍ତର ଶ୍ରୀନାଥ ରେଡ୍ଡୀ ।

ଭିିଡିଓ କନଫେରେନ୍ସ ଜରିଆରେ ହରିଆଣାରୁ ଡାକ୍ତର କେ. ଶ୍ରୀନାଥ ରେଡ୍ଡି ଆଲୋଚନା କରିଥିଲେ । ଡାକ୍ତର ରେଡ୍ଡୀ ବର୍ତ୍ତମାନ ସମୟରେ “ପବ୍ଲିକ ହେଲ୍ଣ ଫାଉଣ୍ଡେସନ ଅଫ ଇଣ୍ଡିଆ” ବା PHFIର ସଭାପତି ତଥା କେନ୍ଦ୍ର ସରକାରଙ୍କ କୋଭିଡ-୧୯ ପରାମର୍ଶଦାତା ଗ୍ରୁପର ଜଣେ ସଦସ୍ୟ ଅଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି। ସେହିପରି ସମସ୍ତ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ଡିଜିପି, ଏସପି ପ୍ରମୁଖ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.