Below header

ଗାଁ ଦାଣ୍ଡରେ ନାଟକ ବେଳେ ନାଚିଲା ଅସଲି ବିଷଧର ସାପ

ଭଞ୍ଜନଗର(କେନ୍ୟୁଜ): ମନୋରଞ୍ଜନ ପାଇଁ ଗାଁ ଦାଣ୍ଡରେ ମଞ୍ଚସ୍ଥ ହେଉଥିବା ନାଟକରେ ଏକାଧିକ ବିଷଧର ସାପଙ୍କୁ ନେଇ ପ୍ରଦର୍ଶନ । ଏମିତି ଏକ ଭିଡିଓ ଗଞ୍ଜାମ ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ଏକ ଗାଁରେ , ପାରମ୍ପରିକ ଯାତ୍ରା ପାଇଁ ଆୟୋଜିତ ହୋଇଥିବା ପୈାରାଣିକ ବିଷୟବସ୍ତୁ ଉପରେ ଆଧାରିତ , ପ୍ରହ୍ଲାଦ ନାଟକରେ ବିଷଧର ସାପକୁ ନେଇ ନାଟକ ପରିବେଷଣ ହେଉଥିଲା ।

ଏଭଳି ଦର୍ଶକଙ୍କ ଭିଡ଼ ଭିତରେ ବିଷଧର ସାପଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଉଥିବା ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓ ଭାଇରାଲ୍‌ ହେବାପରେ ଆସିକା ବନବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିବା ଜଣାପଡିଛି ।

ସାପକୁ ଧରି ନୃତ୍ୟ ପରିବେଷଣ କରୁଥିବା ବ୍ଯକ୍ତିଙ୍କୁ ଠାବ କରିବା ସହ , ଘଟଣା ସଂକ୍ରାନ୍ତରେ ବନବିଭାଗ ଗୁରୁତ୍ବ ଦେଇ ତଦନ୍ତ ଆରମ୍ଭ କରିଥିବା ନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.