ସତର୍କ ରୁହନ୍ତୁ ଗ୍ରାହକ: ଏହି ସବୁ ତେଲ ବ୍ୟବହାର କରିବା ଦ୍ୱାରା ହୋଇଥାଏ କର୍କଟ ଭଳି ବିପଜ୍ଜନକ ରୋଗ

ଭାରତର ଅନେକ ଲୋକ କ୍ୟାନ୍ସର ରୋଗର ଶିକାର ହୁଅନ୍ତି। ଅଧିକାଂଶ ଲୋକଙ୍କ ପାଇଁ ଏହି ରୋଗ ସାଂଘାତିକ ହୋଇଯାଏ କାରଣ ଏହାର ଲକ୍ଷଣ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ହୋଇପାରିନଥାଏ । କର୍କଟ ରୋଗର ଅନେକ କାରଣ ଥାଇପାରେ, କିନ୍ତୁ ଆପଣ ଜାଣନ୍ତି କି ଏହାର ମୁଖ୍ୟ କାରଣ ହେଉଛି ଆପଣଙ୍କର ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ । ସର୍ବପ୍ରଥମେ, ଖାଦ୍ୟକୁ ରାନ୍ଧିବା ପାଇଁ ଆପଣ ବ୍ୟବହାର କରୁଥିବା ରନ୍ଧନ ତେଲ କେତେ ସୁସ୍ଥ ତାହା ଆପଣଙ୍କୁ ଦେଖିବାକୁ ପଡିବ ।

ତେଲ ବ୍ୟବହାର ନକରି ଭାରତୀୟ ସୁସ୍ବାଦୁ ଖାଦ୍ୟକୁ କଳ୍ପନା କରାଯାଇପାରିବ ନାହିଁ, କିନ୍ତୁ ଯଦି ଆପଣ ରନ୍ଧନ ତେଲକୁ ଅତ୍ୟଧିକ ବ୍ୟବହାର କରନ୍ତି ତେବେ ଏହା ଶରୀର ପାଇଁ ସାଂଘାତିକ ହୋଇପାରେ । ଉଚ୍ଚ ତାପମାତ୍ରାରେ ଗରମ ହୋଇଥିବା ଖାଦ୍ୟ ଶରୀରର pH ସ୍ତରକୁ ଅନିୟନ୍ତ୍ରିତ କରିଥାଏ, ଫଳରେ ଯକୃତ, ହଜମ ପ୍ରକିୟା, ମେଦବହୁଳତା , କୋଲେଷ୍ଟ୍ରଲ, କୋଷ୍ଠକାଠିନ୍ୟ ଏବଂ ପାଇଲ୍ସ ପରି ସମସ୍ୟା ସୃଷ୍ଟି ହୋଇଥାଏ ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଦୈନିକ ବ୍ୟବହୃତ ହେଉଥିବା କେତେକ ଭେଜିଟେବୁଲ ତେଲ ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ହୋଇପାରେ । ଏହା କ୍ୟାନ୍ସର ଭଳି ଘାତକ ରୋଗକୁ ମଧ୍ୟ ନିମନ୍ତ୍ରଣ କରିପାରେ । ତୁରନ୍ତ ଆପଣ ରୋଷେଇ ଘରରୁ ଏସି ଖାଇବା ତେଲକୁ ଦୂରେଇ ରଖନ୍ତୁ।

ଯଦି ସୂର୍ଯ୍ୟମୁଖୀ, ମକା , ସୋୟାବିନ୍ ଏବଂ ଖଜୁରୀ ତେଲ ଅତ୍ୟଧିକ ଗରମ ହୋଇଯାଏ, ତେବେ ସେଥିରୁ ଆଲଡିହାଇଡସ୍ ନାମକ ରସାୟନିକ ପାଦାର୍ଥ ନିର୍ଗତ ହୁଏ ଏହା ଏପରି ବିପଜ୍ଜନକ ତତ୍ତ୍ୱ ଯାହା ବିଭିନ୍ନ ରୋଗର ମୁଖ୍ୟ କାରଣ । ଏବଂ କ୍ୟାନ୍ସରକୁ ମଧ୍ୟ ଆମନ୍ତ୍ରଣ କରିପାରେ । ଏହି କାରଣରୁ, ଶରୀରରେ କର୍କଟ କୋଷଗୁଡ଼ିକ ଉତ୍ପାଦନ ଆରମ୍ଭ ହୁଏ, ତୁରନ୍ତ ଏହି ତେଲର ବ୍ୟବହାର ବନ୍ଦ କରିବା ଭଲ ।

କେତେକ ରନ୍ଧନ ତେଲରେ ପଲିୟୁନସୁରେଟେଡ୍ ଫ୍ୟାଟ୍ ବହୁତ ଅଧିକ । ଯେତେବେଳେ ତେଲ ଗରମ ହୁଏ, ଏହା ଆଲଡିଆଇଡକୁ ରୂପାନ୍ତରିତ ହୁଏ । ଯାହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ଇଂଲଣ୍ଡର ଡି-ମଣ୍ଟିଫର୍ଟ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଖାଇବା ତେଲରେ ହୋଇଥିବା ଖାଦ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସୁପାରିଶ କରିଥିବା ଦୈନିକ ପରିମାଣଠାରୁ ୨୦୦ ଗୁଣ ଅଧିକ ଆଲଡିହାଇଡ୍ ଥାଏ ।

କିଛି ତେଲ ଅଛି ଯାହାର ବ୍ୟବହାର କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିଥାନ୍ତା । ଯେଉଁଥିରେ ବଟର, ଅଲିଭ୍ ତେଲ ଅନ୍ତର୍ଭୁକ୍ତ । ଏହି ତେଲ ଗରମ ହେଲେ ଆଲଡିହାଇଡସ୍ କମ୍ ନିର୍ଗତ ହୁଏ । ଯଦିଓ ଏହା ଭଲ ଯେ ଆପଣ ତେଲିଆ ଖାଦ୍ୟ ଗ୍ରହଣକୁ ହ୍ରାସ କରନ୍ତି, ଏହା କେବଳ କର୍କଟ ନୁହେଁ ମଧୁମେହ ଏବଂ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.