ଢେଙ୍କାନାଳ: ଟ୍ରକ ଭିତରୁ ଗାଡ଼ି ଚାଳକଙ୍କ ମୃତଦେହ ଉଦ୍ଧାର, ଆସନ୍ତାକାଲି ହୋଇଥାନ୍ତା ତାଙ୍କର ନିର୍ବନ୍ଧ

ଢେଙ୍କାନାଳ: ଟ୍ରକ ଭିତରୁ ଗାଡ଼ି ଚାଳକଙ୍କ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଗନ୍ନାଥ ବଜାର ମହିମା ଟୁଙ୍ଗି ନିକଟରେ ଏହି ଘଟଣା ଘଟିଛି। ମୃତକ ହେଲେ କାମାକ୍ଷାନଗର ଇନ୍ଦିପୁରର ଅମରେନ୍ଦ୍ର ଦାସ ଓରଫ ପିଣ୍ଟୁ। ସେ ବାଇସିଙ୍ଗା ଅଞ୍ଚଳର ଏକ ଟ୍ରକକୁ ୭ ବର୍ଷ ଧରି ଚଲାଉଥିଲେ। ଆସନ୍ତାକାଲି ତାଙ୍କର ନିର୍ବନ୍ଧ ଥିଲା। ପିଣ୍ଟୁ ୩ ଦିନ ହେଲା ଘରକୁ ଫେରୁନଥିଲେ। ତାଙ୍କର ଫୋନ୍‌ ମଧ୍ୟ ଲାଗୁନଥିଲା। ଆଜି ସକାଳୁ ଗାଡ଼ି ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ପିଣ୍ଟୁକୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.