Below header

ଆଖି ସାମ୍ନାରେ ଅତି ଚୁତୁରତାର ସହ ପୋଲିସ ଆଗରେ ହିଁ ଚକମା ଦେଖାଇ ଗାଡି ନେଇଗଲା ଟ୍ରାକ୍ଟର ଚାଳକ

ଆଖି ସାମ୍ନାରେ ହିଁ ଅତି ଚୁତୁରତାର ସହ ପୋଲିସ ଆଗରେ ହିଁ ଚକମା ଦେଖାଇ ଗାଡି ନେଇଗଲା ଚାଳକ । ଯାହା ଶୁଣିଲେ ଏକଦମ୍‌ ଠିକ୍‌ ଶୁଣିଲେ ପୋଲିସକୁ ଚକମା ଦେଲା ପଥର ମାଫିଆ । ପୋଲିସ୍ ଟ୍ରାକ୍ଟର ଜବତ କରିବାକୁ ଯାଇଥିବା ବେଳେ ଗାଡିର ଚାଳକ ଟ୍ରାକ୍ଟରରୁ ପଥର ଢାଳି ଦେଇ ଖସାଇ ନେଲା ଟ୍ରାକ୍ଟର ।

ଉଦଳା (କେନ୍ୟୁଜ): ଭାଇରାଲ ହେଉଛି ପୋଲିସ ପଥର ମାଫିଆଙ୍କଗୋଡାଗୋଡି ଖେଳ । ଯାହାକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପଥର ମାଫିଆ କେମିତି ପୋଲିସ୍କୁ ଚକମା ଦେଉଛି। ଆଖି ସାମ୍ନାରେ ହିଁ ଅତି ଚୁତୁରତାର ସହ ପୋଲିସ ଆଗରେ ହିଁ ଚକମା ଦେଖାଇ ଗାଡି ନେଇଗଲା ଚାଳକ । ଯାହା ଶୁଣିଲେ ଏକଦମ୍‌ ଠିକ୍‌ ଶୁଣିଲେ ପୋଲିସକୁ ଚକମା ଦେଲା ପଥର ମାଫିଆ । ପୋଲିସ୍ ଟ୍ରାକ୍ଟର ଜବତ କରିବାକୁ ଯାଇଥିବା ବେଳେ ଗାଡିର ଚାଳକ ଟ୍ରାକ୍ଟରରୁ ପଥର ଢାଳି ଦେଇ ଖସାଇ ନେଲା ଟ୍ରାକ୍ଟର ।

ଏଭଳି ଘଟଣା ଘଟିଛି ଉଦଳା ଥାନା କୁଣ୍ଡାବାଇ ଫାଣ୍ଡି ଅଂଚଳରେ । କୁଣ୍ଡାବାଇ ଫାଣ୍ଡି ଠାରୁ ମାତ୍ର କେଇ ମିଟର ଦୂରରେ ଏକ ପଥର ବୋଝେଇ ଟ୍ରାକ୍ଟର ଯାଉଥିବା ସମୟରେ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିଲା । କୁଣ୍ଡାବାଇ ଫାଣ୍ଡିକୁ ଏହି ଖବର ମିଳିବା ପରେ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ପଥର ବୋଝେଇ ଟ୍ରାକ୍ଟର ଜବତ କରିବାକୁ ଚେଷ୍ଟା କରୁଥିଲେ । ହେଲେ ପୋଲିସ୍ କର୍ମଚାରୀ ଗାଡି ଅଟକାଇବାକୁ ଯିବା ଦେଖି ଗାଡିର ଡ୍ରାଇଭର ଟ୍ରାକ୍ଟର ଚଲାଇ ପଡିଆ ଭିତରେ ପୋଲିସ୍ କର୍ମଚାରୀଙ୍କୁ ଦୌଡାଇଥିବା ବେଳେ ଟ୍ରାକ୍ଟର ଅଟକାଇ ନ ଥିଲା । ବରଂ ପୋଲିସ୍ ସମ୍ମୁଖରେ ଟ୍ରାକ୍ଟରରେ ଥିବା ପଥରକୁ ଢାଳି ଦେଇ ଟ୍ରାକ୍ଟର ନେଇ ଖସିଯାଇଥିଲା ଚାଳକ ଜଣକ ।

ଦେଖନ୍ତୁ କେମିତି ଆଗେ ଆଗେ ମାଡି ଚାଲିଛି ପଥର ମାଫିଆଙ୍କ ଟ୍ରାକ୍ଟର । ପୋଲିସ ଡାକୁଛନ୍ତି କିନ୍ତୁ ଖାତିର ନାହିଁ । ଓଲଟି ଟ୍ରାକ୍ଟରକୁ ସ୍ପିଡ କରିଦେଉଛି ଚାଳକ । ପୋଲିସ ବି ପଛେ ପଛେ ଦୌଡୁଛି । କିନ୍ତୁ ଟ୍ରାକ୍ଟରକୁ ଅଟକାଇବାକୁ ଦୌଡିଥିଲେ ସୁଦ୍ଧା ଟ୍ରାକ୍ଟର ଚାଳକକୁ ଧରିବାରେ ପୋଲିସ୍ ବିଫଳ ହୋଇଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.