ମାତୃ ପିତୃ ପୂଜନ ଲାଗି ଆଗେଇ ଆସିଛନ୍ତି ଯୁବପିଢ଼ି, ଏଥିରେ ଯୋଗଦେଲେ ଓଡ଼ିଆ ସିନେମା ଜଗତର କଳାକାର

ଏବେକାର ଯୁବପିଢ଼ିଙ୍କୁ ଘାରିଛି ଭାଲେଣ୍ଟାଇନ୍ସ୍ ସପ୍ତାହ ପାଳନର ନିଶା । ପ୍ରେମୀ ଯୁଗଳମାନେ ଗୋଲାପ ଦିବସରୁ ଆରମ୍ଭ କରି ଭାଲେଣ୍ଟାଇନ୍ସ୍ ଡେ' ପର୍ଯ୍ୟନ୍ତ ପାଳନ କରୁଛନ୍ତି ଭିନ୍ନ ଭିନ୍ନ ଡେ । କିନ୍ତୁ କଟକର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜୟ ଜଗନ୍ନାଥ ସେବା ସମିତିର ଉଦ୍ୟମରେ ପାଳନ ହୋଇଛି ମାତୃ ପିତୃ ପୂଜନ ଦିବସ ।

କଟକ(କେନ୍ୟୁଜ):ଏବେକାର ଯୁବପିଢ଼ିଙ୍କୁ ଘାରିଛି ଭାଲେଣ୍ଟାଇନ୍ସ୍ ସପ୍ତାହ ପାଳନର ନିଶା । ପ୍ରେମୀ ଯୁଗଳମାନେ ଗୋଲାପ ଦିବସରୁ ଆରମ୍ଭ କରି ଭାଲେଣ୍ଟାଇନ୍ସ୍ ଡେ’ ପର୍ଯ୍ୟନ୍ତ ପାଳନ କରୁଛନ୍ତି ଭିନ୍ନ ଭିନ୍ନ ଡେ । କିନ୍ତୁ କଟକର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜୟ ଜଗନ୍ନାଥ ସେବା ସମିତିର ଉଦ୍ୟମରେ ପାଳନ ହୋଇଛି ମାତୃ ପିତୃ ପୂଜନ ଦିବସ । ମାତା ପିତାଙ୍କୁ ପୂଜନ କରିବା ଆମ ସଂସ୍କୃତି ଓ ପରମ୍ପରାରେ ରହିଛି । ତେଣୁ ଏହି ମାତୃ ପିତୃ ପୂଜନ ଲାଗି ଆଗେଇ ଆସିଛନ୍ତି କିଛି ଯୁବପିଢ଼ି ଓ ଓଡ଼ିଆ ସିନେମା ଜଗତର କଳାକାର ମାନେ । କିନ୍ତୁ ଅନ୍ୟପଟେ କିଛି ଯୁବପିଢି ଭାଲେଣ୍ଟାଇନ୍ସ୍ ଡେ’ କୁ ଦେଉଛନ୍ତି ଗୁରୁତ୍ଵ ।

ପିଲାମାନଙ୍କ ଜୀବନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାତାପିତାମାନେ ସେମାନଙ୍କର ପିଲାମାନଙ୍କ ପାଇଁ ସବୁଠୁ ବଡ ସୁରକ୍ଷା ପାଚେରୀ ହୋଇଥାନ୍ତି । ତାଙ୍କର ପୃଷ୍ଠପୋଷକତା ପିଲାମାନଙ୍କୁ ନିରାପଦ କରିଥାଏ । କିନ୍ତୁ ପାଶ୍ଚାତ୍ୟ ସଭ୍ୟତାକୁ ଦେଖି ଆଜିର ଯୁବପିଢ଼ି ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ୍ ସପ୍ତାହ । କିନ୍ତୁ କଟକ ଶେଖ ବଜାର ସ୍ଥିତ ଲାଲାମଠ ଠାରେ ପାଳିତ ହେଉଛି ମାତୃପିତୃ ପୂଜନ ଦିବସ । ଆଉ ଏହି ମାତୃପିତୃ ପୂଜନ ଦିବସକୁ ବେଶ୍ ଆନନ୍ଦ ଉଲାସରେ ପାଳନ କରିଛନ୍ତି କୁନି କୁନି ପିଲା, ସିନେ ତାରକା ଓ କିଛି ଯୁବପିଢି ।

ଏପଟେ ମାତୃପିତୃ ପୂଜନ ଦିବସରେ ଓଡ଼ିଆ ସିନେ ତାରକା ଶ୍ରୀତମ ଦାସ ନୂତନ ମା’ଙ୍କୁ ପାଇ ଖୁସି ଜାହିର କରିବା ସହ ନୂଆ ମା’କୁ ଫୁଲ, ଚନ୍ଦନ, ଦୀପ ଦେଇ ପୂଜା କରିଛନ୍ତି । ଦଶବର୍ଷ ତଳେ ଶ୍ରୀତମଙ୍କ ବାପା ଇହଧାମ ଛାଡି ଚାଲି ଯାଇଥିବା ବେଳେ ଗତବର୍ଷ ମା’ ମଧ୍ୟ ଚାଲି ଯାଇଥିଲେ । କିନ୍ତୁ ଆଜି ନୂଆ ମା’ଙ୍କୁ କୋଳରେ ପାଇ ଭାରି ଖୁସି ହୋଇଥିଲେ ଅଭିନେତା ଶ୍ରୀତମ । ସେହିଭଳି କଟକ ବାଦାମବାଡ଼ିର ବିନୋଦିନୀ ପଲ୍ଲାଇ ଶ୍ରୀତମଙ୍କୁ ବଡ଼ ପୁଅ ଭାବରେ ପାଇ ବହୁତ ଖୁସି ହୋଇଛନ୍ତି । ମା’ ବାପାଙ୍କ ପାଇଁ ପିଲାମାନେ ଯେମିତି ସବୁ କିଛି ହୋଇଥାନ୍ତି ।

ମା ବାପାଙ୍କ ବିନା ସନ୍ତାନର ଦୁନିଆ ଅନ୍ଧାର ହୋଇଥାଏ । କେବଳ ମା’ ପୁଅଙ୍କ କାହାଣୀରେ ସୀମିତ ନ ଥିଲା ଆଜିର ଏହି ମାତୃପିତୃ ପୂଜନ ଦିବସ । ଏଥିରେ ସାମିଲ ଥିଲେ ସିନେ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ସମେତ ବହୁ ମାତା ପିତା ଓ କୁନି କୁନି ପିଲାମାନେ । ସମସ୍ତେ ଏହି ପବିତ୍ର କାର୍ଯ୍ୟକ୍ରମରେ ସାମିଲ୍ ହୋଇ ନିଜକୁ ଧନ୍ୟ ମନେ କରିବା ସହ ପ୍ରତ୍ୟକ ଯୁବପିଢୀଙ୍କୁ ଏହିଭଳି କାର୍ଯ୍ୟ ଲାଗି ଆଗକୁ ଆସିବା ଦରକାର ବୋଲି କହିଛନ୍ତି ଯୁବପିଢ଼ି ମାନେ । ମା’ ପରି, ଆମ ଜୀବନରେ ପିତାଙ୍କ ଗୁରୁତ୍ୱ ମଧ୍ୟ ଅବର୍ଣ୍ଣନୀୟ ।

ମା’ ମାଟି ହେଲେ ପିତା ପବନ ପରି ଆମ ଜୀବନରେ ହୋଇଥାନ୍ତି । ଏହି କାରଣରୁ ଆମେ ପ୍ରତିବର୍ଷ ମାତୃ ପିତୃ ଦିବସ ପାଳନ କରିଥାଉ ବୋଲି କହିଛନ୍ତି ମାତୃ ପିତୃ ଦିବସ ପାଳନ କରୁଥିବା ଯୁବପିଢ଼ି ମାନେ । ଯୁଗ ବଦଳୁଛି ତା’ ସହ ଚିନ୍ତାଧାରା ମଧ୍ୟ ବଦଳୁଛି ହେଲେ ବାପା ମା’ ଙ୍କ ପ୍ରତି ଥିବା ଭଲପାଇବା ଆଜିର ଏଇ ଆଧୁନିକ ଯୁଗରେ ସେହିଭଳି ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ମାତୃପିତୃ ପୂଜନ କାର୍ଯ୍ୟକ୍ରମରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.