Below header

ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ, ରାତି ଅଧରେ ଉଠାଇନେଉଛି ବିଏମସି

ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ ଜାରି ରହିଛି । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ରାତି ସମୟରେ ପୋଲିସ ପାଟ୍ରୋଲିଂ ଗାଡ଼ି ଭିକାରୀ ମାନଙ୍କୁ ଉଠାଇ ଥଇଥାନ କେନ୍ଦ୍ରରେ ନେଇ ରଖୁଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ ଜାରି ରହିଛି । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ରାତି ସମୟରେ ପୋଲିସ ପାଟ୍ରୋଲିଂ ଗାଡ଼ି ଭିକାରୀ ମାନଙ୍କୁ ଉଠାଇ ଥଇଥାନ କେନ୍ଦ୍ରରେ ନେଇ ରଖୁଛି ।

 

ସୂଚନା ଯୋଗ୍ୟ ଭିକାରୀମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବା ସହ ରାସ୍ତା କିମ୍ବା ମନ୍ଦିର ଆଖପାଖରେ ଦେଖିଲେ ବିଏମସି ଉଠାଇନେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ବିଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖାଯିବ। ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ବାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ। ବିଏମସି ପକ୍ଷରୁ କୁହାଯାଇଛି ଯେ କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ ସେମାନଙ୍କୁ ଘରେ ଛାଡି ଦିଆଯାଇଛି । ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁଣି ଭିକ୍ଷାବୃତ୍ତି କରିବାର ଦେଖାଯାଏ , ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.