ଖୁଦୁରୁକୁଣି ଶେଷ ପାଳି ହେଲା ଜୀବନର ଶେଷ ଦିନ, ପାଣିରେ ବୁଡ଼ି ଚାଲିଗଲା ୮ ବର୍ଷ ପାୟଲ୍‌ର ଜୀବନ

ପଟ୍ଟାମୁଣ୍ଡାଇ (କେ ନ୍ୟୁଜ୍‌) : ଜୀବନର ଶେଷଦିନ ହେଲା ଶେଷପାଳି ଖୁଦୁରୁକୁଣି । ଦୁଇଟି ସ୍ଥାନରେ ପୂଜା ବେଳେ ପାଣିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଖୁଦୁୁରୁକୁଣି ପାଇଁ ବାଲୁକା ପୂଜା କରିବାକୁ ସ୍ଥାନୀୟ ପୋଖରୀକୁ ଯାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ସାନଜରିଆ ଗାଁର କିଛି ଯୁବତୀ । ସେମାନଙ୍କ ସହ ଯାଇଥିବା ୮ ବର୍ଷର ବାଳିକା ପାୟଲ୍‌ ସାହୁ ଖେଳୁ ଖେଳୁ ଗୋଡ ଖସି ପାଣିରେ ବୁଡି ଯାଇଥିଲା । ପରେ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ ।
ସେହିପରି ଜଗତସିଂହପୁର ବ୍ଲକ୍‌ ପାଟେଣି ଗାଁରେ ବାଲୁକାପୂଜା ସମୟରେ ୬ ଜଣ ଯୁବତୀ ପାଣିରେ ବୁଡି ଯାଇଥିଲେ । ସେହିବାଟ ଦେଇ ଯାଉଥିବା ଗାଁର ଜଣେ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମଣ୍ଡା ସାହି ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେମାନେ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.