ବିନା ହେଲମେଟର ଯାଉଥିଲେ ପୋଲିସ ବାବୁ,  ରାସ୍ତା ମଝିରେ ଯୁବକ କାଟିଲେ ଚାଲଣ, ପରେ କଣ ହେଲା ଦେଖନ୍ତୁ ଭିଡିଓ

ବିହାର: ନୂଆ ଟ୍ରାଫିକ ନିୟମକୁ ନେଇ ସାରାଦେଶର ଲୋକଙ୍କ ମନରେ ଏକ ଅସନ୍ତୋଷ ଦେଖିବାକୁ ମିଳିଥିବା  ବେଳେ ବିହାରର ବିକ୍ସର ଅଞ୍ଚଳରେ ଏକ ଆଶର୍ଯ୍ୟର ଘଟଣା ଦେଖିବାକୁ ମିଳିଛି।  ଜଣେ ଯୁବକ ଚାଳଣ କାଟିବାକୁ ନେଇ ପୋଲିସ ସହ ହଙ୍ଗାମା କରି ଦେଇଛନ୍ତି।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ଶୁକ୍ରବାର ସନ୍ଧ୍ୟାରେ ଆଇଟିଆଇ ଫିଲ୍ଡର ନିକଟରେ ହେଲମେଟ ନପିନ୍ଧି  ଗାଡି ଚଲାଉଥିବା ବେଳେ ପୋଲିସ ତାଙ୍କୁ ଧରି  ଫାଇନ କାଟିଥିଲା।  ଏହାକୁ ନେଇ ଯୁବକ  ଜଣକ ସୁଯୋଗ ଖୋଜୁଥିଲେ ପୋଲିସ ଅଧିକାରୀ କେବେ ବିନା ହେଲମେଟରେ ଯିବେ ଆଉ ସେ ନିଜେ ପୋଲିସ ବାବୁଙ୍କର ଫାଇନ କାଟିବେ।

ଯୁବକ ଜଣକ ଖୋଜୁଥିବା ସୁଯୋଗ ସାଙ୍ଗେ ସାଙ୍ଗେ ତାଙ୍କୁ ମିଳିଗଲା। ନିଜର ଫାଇନ ଦେଇ ଫେରୁଥିବା ବେଳେ ଜଣେ ହାବିଳଦାର ବିନା ହେଲମେଟରେ ଯାଉଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସେଠାରେ ଓହ୍ଲାଇ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା କହି ତାଙ୍କ ଉପରେ ବର୍ଷିଲେ । ଏହାପରେ ଯୁବକଙ୍କ ସହିତ ପୋଲିସ ବାବୁଙ୍କ ଯୁକ୍ତିତର୍କ ହୋଇଗଲା । ଅନେକ ସମୟ ପର୍ଯ୍ୟନ୍ତ ରାସ୍ତାରେ ଏହି ଡ୍ରାମା ଚାଲିଲା । ହବିଳଦାର ଯୁବକଙ୍କୁ ପୋଲିସର ନାଲି ଆଖି ଦେଖାଇ ଟଣା ଓଟରା କରିଥିଲେ ଓ ପୋଲିସ ଭ୍ୟାନକୁ ଡାକି ଯୁବକଙ୍କୁ ବଳ ପୂର୍ବକୁ  ଉଠାଇ ନେଇଥିଲେ। ଏହି ଦୃଶ୍ୟକୁ  ସେଠାରେ ଥିବା ଜଣେ ଦର୍ଶକ ନିଜ ମୋବାଇଲରେ ସୁଟିଂ କରି ଭାଇରାଲ କରିଥିଲେ। ଘଟଣାର ଖବର ଏସପିଙ୍କ  ନିକଟକୁ ଯିବା ପରେ ଯୁବକଙ୍କୁ ପୋଲିସ ହେପାଜତରୁ  ମୁକ୍ତ କରିବା  ସହ ହାବିଲଦାର ରୋଶନଙ୍କୁ ନିଲମ୍ବନ ଅର୍ଡର ଦେଇଛନ୍ତି।

police fight

ପୋଲିସ ଏସ ପି ଉପେନ୍ଦ୍ରନାଥ ବର୍ମା କହିଛନ୍ତି ଯେ ଭାଇରାଲ ଭିଡିଓ ଦେଖିବା ପରେ ରୋଶନ କୁମାରଙ୍କ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଦିଆଯାଇଛି । ନିଲମ୍ବନର ଅବଧିରେ ରୋଶନ କୁମାରଙ୍କୁ ସାମାନ୍ଯ ଜୀବନ ଭତ୍ତା ପ୍ରଦାନ କରାଯିବ । ସେ ଏହି ସମୟରେ ଜିଲ୍ଲା ମୁଖ୍ଯାଳୟରେ ଥିବା ପୋଲିସ କେନ୍ଦ୍ରରେ ରହିବେ ।