ପୋଲିସ୍‌ ଗିରଫ କଲା ଗୁଣ୍ଡୁଚି ମୂଷାକୁ, ମହିଳା ଅଭିଯୋଗ କରିଥିଲେ ଗୁଣ୍ଡୁଚି ମୂଷା ମୋ ପଛରେ ପଡ଼ିଛି

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ମହିଳାଙ୍କ ଅଭିଯୋଗ ପରେ ଗୋଟିଏ ଗୁଣ୍ଡୁଚି ମୂଷାକୁ ପୋଲିସ୍‌ ଧରି ଥାନାକୁ ନେଇଥିଲା । ପ୍ରାୟ ଚାରି ବର୍ଷ ତଳର ଘଟଣା । ଜର୍ମାନୀର ବୋଟ୍ରପ୍‌ ସହରରେ ଜଣେ ମହିଳା ଏଇ ଅଭିଯୋଗ ଆଣିଲେ ଯେ ଗୁଣ୍ଡୁଚି ମୂଷାଟି ତାଙ୍କୁ ହଇରାଣ କରୁଛି । ତାଙ୍କ ପଛରେ ପଡ଼ିଛି । ସେ କହିଲେ, ମୁଁ ପ୍ରଥମେ ତାକୁ ତଡ଼ିବାକୁ ବହୁତ ଚେଷ୍ଟା କଲି ହେଲେ ପାରିଲି ନାହିଁ । ତେଣୁ ବାଧ୍ୟ ହୋଇ ପୋଲିସ୍‌କୁ ଫୋନ୍‌ କଲି । ପୋଲିସ୍‌ ମଧ୍ୟ ମହିଳାଙ୍କ ଅଭିଯୋଗ ପାଇ ତୁରନ୍ତ ତାଙ୍କ ଘର ପାଖରେ ପହଞ୍ଚିଲା ଏବଂ ଗୁଣ୍ଡୁଚିମୂଷାଟିକୁ ଧରି ଥାନାକୁ ଆଣିଲା ।

ଅବଶ୍ୟ ଥାନାରେ ଗୁଣ୍ଡୁଚିମୂଷା ଉପରେ ଥାର୍ଡ଼ଡିଗ୍ରୀ ହେଲା ନାହିଁ । ତାକୁ ଖାଇବାକୁ ପିଇବାକୁ ଦେଇ କିଛି ଦିନ ରଖିଲେ । ତା ପରେ ତାକୁ ଏକ ପଶୁ ଆଶ୍ରୟ କେନ୍ଦ୍ରରେ ଛାଡ଼ି ଦେଲେ । ତେବେ ସେ ଥାନାରେ ଥିବା ବେଳେ ତା ପ୍ରତି ପୋଲିସ୍‌ କର୍ମଚାରୀମାନେ ଯେଉଁ ଭଳି ବ୍ୟବହାର କରୁଥିଲେ ତାର ଭିଡିଓ କରି ସୋସିଆଲ ମିଡିଆରେ ଛଡ଼ା ଯାଇଥିଲା । ଯାହାକୁ ଲକ୍ଷ ଲକ୍ଷ ଲୋକ ସେୟାର କରିଥିଲେ ।

 

Leave A Reply

Your email address will not be published.