ଗଞ୍ଜାମ: ଦୁର୍ଗମ ଅଞ୍ଚଳ ଗସ୍ତ ଉପଜିଲ୍ଲାପାଳ, ପାହାଡ ଚଢି ଲୋକଙ୍କ ସମସ୍ୟା ବୁଝିଲେ

ଗଞ୍ଜାମ ଜିଲ୍ଲାର ପାହାଡ଼ ଉପରେ ଥିବା ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ଉପଜିଲ୍ଲାପାଳ। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ ଆଜି ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ। ବାଘଲଟି ଜଳଭଣ୍ଡାରରୁ ବୋଟ୍‌ ଯୋଗେ ଯାଇ ଉପଜିଲ୍ଲାପାଳ ପହଞ୍ଚିଛିସେ ପାହାଡ଼ ଉପରେ ଥିବା ଏଲଗଲ୍‌, ସିରିଶିଗଣ୍ଡ, ବଣିଆବସା ଗାଁରେ। ସାଙ୍ଗରେ ତହସିଲଦାର ଓ ବ୍ଲକ କର୍ମକର୍ତ୍ତାମାନେ ଯାଇଥିଲେ। ଏଠାକାର ଲୋକ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବର୍ଷା ଦିନେ ଯାଆସ ଦୁର୍ବିସହ ହୋଇ ପଡୁଛି। ଲୋକଙ୍କ ସହ ଆଲୋଚନା କରି ପାହାଡ଼ ତଳକୁ ଓହ୍ଲାଇ ଆସିବାକୁ ଅନୁରୋଧ କରିଥିଲେ ଉପଜିଲ୍ଲାପାଳ। ସେପଟେ ଦୁର୍ଗମ ଅଞ୍ଚଳରେ ସରକାରୀ ବାବୁଙ୍କ ପାଦ ପଡ଼ିଥିବାରୁ ଗାଁ ଲୋକ ବି ଖୁସି ପ୍ରକାଶ କରିଛନ୍ତି।